ଜିଲାପାଳଙ୍କ ଅଚାନକ ଶେରଗଡ ବ୍ଲକର ସମସ୍ତ ଆଇସୋଲେଶନ୍ କେନ୍ଦ୍ର ପରିଦର୍ଶନ ।

ଶେରଗଡ,(ପିପିଟି ନ୍ଯୁଜ୍)୨୭/୦୪-ଗଞ୍ଜାମ ଜିଲାପାଳ ବିଜୟ ଅଂବୃତ କୁଲାଙ୍ଗେ କରୋନା ମୁକାବିଲା ନିମନ୍ତେ ନିଜକୁ ପୁରା ସମର୍ପଣ କରିଦେଇଛନ୍ତି।କାରଣ ରାତି ନ ପାହୁଣୁ ହାଜର ହୋଇଯାଉଛନ୍ତି ସେ।ଏମିତିକି ନିଜର ଖିଆ ପିଆକୁ ଭୁଲିଯାଇଛନ୍ତି । ଆଗକୁ ଗଂଜାମ ଜିଲାକୁ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ଜିଲା କୁ ଆସିଯିବେ।ଏଥି ନିମନ୍ତେ ଜିଲାରେ ବ୍ୟାପକ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଜିଲାପାଳ।ସେମାନଙ୍କୁ ସମସ୍ତଙ୍କୁ ଆଇସୋଲେଶନରେ ରଖିବାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛନ୍ତି ଜିଲାପାଳ ।ଏହି ପରିପ୍ରେକ୍ଷୀରେ ସୋମବାର ସକାଳୁ ପ୍ରାୟ ଭୋର ୫ଟା ବେଳେ ସେ ଶେରଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି।ପ୍ରଥମେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଧନନ୍ତ୍ରର ସ୍ଥିତ ନାଥେସ୍ୱର ଉଚ୍ଚ ବିଦ୍ୟାଳୟ, ପହଂଚି ପାଇଖାନା ଵ୍ୟଵସ୍ଥା ତଦାରଖ କରିଥିଲେ।ପାଇଖାନା ଠିକ ନଥିବା ବେଳେ ପରିବେଶ ସଫା ରଖିବା ପ୍ରତି ଗୁରୁତ୍ୱ ଦେବାକୁ ବିଡିଓ ସୁରଞ୍ଜନ କୁମାର ସାହୁ ଙ୍କୁ ନିର୍ଦେଶ ଦେଇଥିଲେ।ସେହି ଜଳ ପରିମଳ ଯନ୍ତ୍ରୀ ମାନେ ଉପସ୍ଥିତ ନଥିବାରୁ ଖୋଭ ପ୍ରକାଶ କରିଥିଲେ ଅବ୍ୟବସ୍ଥା ଉପରେ କାହାକୁ ଛଡା ଯିବ ନାହିଁ ଦରକାର ପଡ଼ିଲେ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ। ଉକ୍ତ ଗ୍ରସ୍ତ ସମୟରେ ପ୍ରତି ପଂଚାୟତର ସରପଞ୍ଚ ମାନଙ୍କ ସହ ଆଇସୋଲେଶନ କେନ୍ଦ୍ର ସ୍ଥିତ ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥଲେ।ଆମେ ପ୍ରତି ପଂଚାୟତର ଆସିବା ଲୋକ ମାନଙ୍କୁ ୧୦୦ପ୍ରତିଶତ ଆଇସୋଲେଶନ ରେ ରଖିବା।ସେଥି ପ୍ରତି ସମସ୍ତ ଚେଷ୍ଟା ରଖିବେ।ଆଇସୋଲେଶନ ମାନଙ୍କରେ ରହିବା ଲୋକ ମାନଙ୍କର ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକର ସମସ୍ତ ସରପଞ୍ଚ ମାନଙ୍କୁ ନିର୍ଦେଶ ଦେଇଛନ୍ତି।ବ୍ଲକ ଧବଲପୁର, ତକରଡା, ଶେରଗଡ଼, କୁମାରପାଣି, କରଡ଼ାକନା, ବରମୁଣ୍ଡଳୀ, ନରେନ୍ଦ୍ରପୁର ,ବନ୍ଧାଗୁଡା, କୁଲାଗଡ଼, ସମେତ ୨୨ଟି ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କରିଥିଲେ ଜିଲାପାଳ।ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ କିଛି ନେତାଙ୍କ ସହ କେତେ ଲୋକ ଆସିବେ ତାର ରହିବା ଓ ଖାଇବା ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆଇସୋଲେଶନ କେନ୍ଦ୍ରରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଓ ସୁପ୍ରଭାଇଜର ,ସ୍ୱାସ୍ଥ୍ୟ କର୍ମୀ ରହିବା ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ ଶ୍ରୀ ସାହୁ କହିଥିଲେ ।ଉକ୍ତ ଗ୍ରସ୍ତ ସମୟରେ ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା,ସହକାରୀ ନିର୍ବାହୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡ଼ଙ୍ଗୀ,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଶରତ ଚନ୍ଦ୍ର ପାତ୍ର,ବାବୁଲା କୁମାର ଚୋୖଧୁରୀ, ସନ୍ତୋସ କୁମାର ପଟ୍ଟନାୟକ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।ପ୍ରତି କେନ୍ଦ୍ରରେ ସେହି ପଞ୍ଚାୟତ ସରପଞ୍ଚ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment