ଜାହାଡ଼ାରେ ‘ମିଛ ସପନକୁ କରିଛି ସାଥୀ’ ନାଟକ ମଞ୍ଚସ୍ଥ।

ଧରାକୋଟ, ୨୭/୦୩(ପିପିଟି):ପବିତ୍ର ହୋଲି ଅବସରରେ ଧରାକୋଟ ବ୍ଲକ ଜାହାଡ଼ା ଗ୍ରାମରେ ସାମାଜକୁ ନୂତନ ଦିଗଦର୍ଶନ ଦେଲା ଭଳି ନାଟକ ମିଛ ସପନକୁ କରିଛି ସାଥୀ ମନସ୍ଥ ହୋଇଯାଇଛି।କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ୨୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ସ୍ୱାଇଁ,ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ସାବତ,ସମ୍ମାନିତ ଅତିଥି ଭାବେ ଶିକ୍ଷକ ପାଣ୍ଡବ ସ୍ୱାଇଁ,ଶିକ୍ଷକ ଗଣେଶ ସ୍ୱାଇଁ,ଧରାକୋଟ ତାଲୁକା ବାଣାୟତ ଓଡ଼ିଆ ସମାଜ ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁ,ଜାହାଡ଼ା ସେବା ସମବାୟ ସମିତି ସଭାପତି କୈଳାସ ଚନ୍ଦ୍ର ପ୍ରଧାନ,ଗଞ୍ଜାମ ଜିଲ୍ଲା ଦଣ୍ଡଯାତ୍ରା ମହାସଂଘ ସଭାପତି ଶିବ ରାମ ପ୍ରଧାନ ଯୋଗ ଦେଇଥିଲେ।ଏଥିରେ ଦଣ୍ଡଯାତ୍ରା ଯାତ୍ରା କମିଟି ସଭାପତି ଭଗବାନ ପରିଡ଼ା ସଭାପତିତ୍ୱ କରିଥିଲେ। ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀକୁ ନେଇ ଏହି ସଚେତନ ଭିତ୍ତିକ ନାଟକ ଟିକୁ ହାତୀ ଓଟ ଗ୍ରାମର ପଦ୍ମଲୋଚନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପୁରୁଷ ଭୂମିକାରେ ଶିବରାମ, ସୁଜିତ, ଜେକେ ପଟ୍ଟନାୟକ,ବାଳକୃଷ୍ଣ, ଚିତ୍ରସେନ, ଉମା, ମନୋଜ,ଲକି, ଉତ୍ତମ, ଭଗବାନ ଓ ଅନ୍ୟମାନେ ନାରୀ ଅଭିନେତ୍ରୀ ଅନୁ, କୁନ୍ତୀ, ଶୁଭ, ରୂପାଲି ଏବଂ ଶିଶୁ କଳାକାରମାନେ ଅଭିନୟ କରିଛନ୍ତି।ନୃତ୍ୟ ରେମୋ ଡ୍ୟାନ୍ସ ଗ୍ରୁପ,ସଙ୍ଗୀତରେ ବାବୁଲି, ବାପି ଓ ଅନ୍ୟମାନେ ରହିଛନ୍ତି।ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ବହୁ ଦର୍ଶକ ନାଟକଟିକୁ ଉପଭୋଗ କରିଥିଲେ।ଆଗାମୀ ଦଣ୍ଡଯାତ୍ରା ୨୮ତାରିଖରୁ ମଧ୍ୟ ଏହି ନାଟକ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment