ଜାଲ୍ ଶିକ୍ଷକ ଚିହ୍ନଟ, ଡିଇଓଙ୍କ ବଦଳି, ଚିନିକଳର ଆଧୁନିକୀକରଣ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଫରୱାର୍ଡ ବ୍ଲକର ବିକ୍ଷୋଭ।

ଛତ୍ରପୁର,୦୬/୦୬(ପିପିଟି): ଗଞ୍ଜାମ ଜିଲ୍ଲାରେ ବିକାଶ ଯେଉଁ ମାତ୍ରାରେ ବଢିବା କଥା ସେହି ଅନୁଯାଇ ହୋଇ ନାହିଁ । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବଢିବା ସହିତ ବ୍ଯବସ୍ଥାରେ ମଧ୍ଯ ବିଭ୍ରାଟ ଦେଖା ଦେଇଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଶିକ୍ଷା ବ୍ଯବସ୍ଥା ବିପର୍ଯ୍ଯସ୍ତ ହୋଇପଡିଛି। ବିଭିନ୍ନ ଦାବିରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଆଇଏଫବି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ,ଯୋଗେନ୍ଦ୍ର ସ୍ବାଇଁ,ଜଗନ୍ନାଥ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ। ଏଆଇଏଫବି ଦେଇଥିବା ଅଭିଯୋଗ ଗୁଡିକ ହେଲା, ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ଯବସ୍ଥାର ପରିବର୍ତ୍ତନ କରାଯାଇ ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହିତ। ଡିପିସି ଓ ଡିଇଓ କାର୍ଯ୍ଯାଳୟରେ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ରହିଥିବା କର୍ମଚାରୀଙ୍କୁ ଜିଲ୍ଲା ବାହାରକୁ ବଦଳି। ଡିଇଓ ବିନିତା ସେନାପତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ଜାଲ୍ ସାର୍ଟିଫିକେଟ ତଦନ୍ତରେ ବାଧା ସୃଷ୍ଟି ହେଉଛି। ତାଙ୍କ ଉପରେ ରାଜନୈତିକ ଓ ଅର୍ଥନୈତିକ ଚାପ ରହୁଛି । ତେଣୁ ତାଙ୍କୁ ତୁରନ୍ତ ବଦଳି କରାଯାଉ,ଗଞ୍ଜାମ ଜିଲ୍ଲାର ସମସ୍ତ ବିଇଓ ପଦବୀ ତୁରନ୍ତ ପୂରଣ କରାଯାଉ,ଆସିକା ଚିନି ଶିଳ୍ପର ଆଧୁନିକରଣ କରିବା ସହିତ ଆଖୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ,ଗୋପାଳପୁର ବନ୍ଦରକୁ ସବୁଦିନିଆ ବନ୍ଦର ରେ ପରିଣତ କରାଯାଉ,ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଉ, ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡିରେ ହେଉଥିବା ଅନିୟମିତତା ଓ ଦୁର୍ନୀତିର ତଦନ୍ତ କରାଯାଉ, ଗଞ୍ଜାମ ଜିଲ୍ଲାରେ ମନରେଗା କାର୍ଯ୍ଯରେ ହେଉଥିବା ଦୁର୍ନୀତିର ଅଭିଯୋଗ ଆଧାରରେ ତଦନ୍ତ ଓ ବର୍ଷକୁ ୨୦୦ ଦିନର କାର୍ଯ୍ଯ ପ୍ରଦାନ,ଓଡିଶା ବିଜୁଳି ଉତ୍ପାଦନ ରାଜ୍ଯ ତେଣୁ ବିଦ୍ଯୁତ୍ ଉପଭୋକ୍ତାଙ୍କୁ ରିହାତି ଦରରେ ବିଜୁଳି ଯୋଗାଣ,ଶ୍ରମ ଆଇନରେ ପରିବର୍ତ୍ତନ ଭଳି ପ୍ରମୁଖ ଦାବିପତ୍ରକୁ ନେଇ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ ଓ ଜଗନ୍ନାଥ ପ୍ରଧାନ ଏଡିଏମ ଲୀନା କୁମାରୀ ଖେସ୍ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Comments (0)
Add Comment