ଜାତୀୟ ସେବା ଶିବିର ତରଫରୁ ବୃକ୍ଷ ରୋପଣ ।

ବେଲଗୁଣ୍ଠା,୦୧/୧୦(ପିପିଟି); ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ସହ ସମାଜର ସମ୍ପର୍କ ବିଷୟରେ ଅବଲୋକନ କରିବା ସହ ମାନବ ସମାଜ ଓ ବୃକ୍ଷ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ପ୍ରତ୍ୟେକ ମନୁଷ୍ୟ ନିଜ ପାଇଁ ପ୍ରତିବର୍ଷ ଗୋଟିଏ ଗଛ ଲଗାଇବା ଆବଶ୍ୟକ ବୋଲି କହିଥିଲେ ।ଜାତୀୟ ସେବା ଶିବିରର ପ୍ରୋଗ୍ରାମ ଅଫିସର ସନ୍ତୋଷ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରବୀନ୍ଦ୍ର ଗୌଡ, ଅଶ୍ୱିନୀ ପଗଡ,ସନ୍ୟାସୀ ପାତ୍ର , ଅଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଶିବିର ଛାତ୍ରୀମାନେ ଉପସ୍ଥିତ ରହି ପ୍ରାୟ ୫୦ରୁ ଉର୍ଦ୍ଧ୍ବ କିସମର ଚାରାରୋପଣ କରିଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment