ବେଗୁନିଆପଡା,୧୩/୦୧(ପିପିଟି):କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ପୌରୋହିତ୍ୟ କରିଥିଲେ। ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ, ଜାତୀୟ ସେବା ଯୋଜନା, ୟୁଥ୍ ରେଡ କ୍ରସ,ଆମ କଲେଜ ଆମ ଗୌରବର ସଂଯୋଜକ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁବ ଶକ୍ତିର ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବନ୍ଦେ ମାତରମ୍ ସଙ୍ଗୀତର ୧୫୦ ତମ ବର୍ଷପୁରଣ ଉପଲକ୍ଷେ ସମସ୍ତ ଛାତ୍ରଛତ୍ରୀମାନଙ୍କୁ ନେଇ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥି ସହ ଯୁବ ଦିବସ ଉପଲକ୍ଷେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ଡିଜିଟାଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଯାଇଅଛି। ପରିଶେଷରେ କାକୁଡ଼ିଆପଡ଼ା ଗ୍ରାମରେ ସଂଗଠିତ ଯୁବଶକ୍ତି ର ଆହ୍ବାନ ପାଇଁ ଶୋଭାଯାତ୍ରା କରାଯାଇଥିଲା।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)