ଜାତୀୟ ମହିଳା ଆୟୋଗ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର,୧୬/୦୩(ପିପିଟି): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୁଲ୍ୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା । ତନ୍ମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ ପକ୍ଷ ୭ଗୋଟି ପିଟିସନ ଦାଖଲ କରିଥିବା ୭ଜଣ ଏବଂ ଅନ୍ୟ ଏକ ପକ୍ଷରୁ ୨ଜଣ ଏହିପରି ମୋଟ ୧୭ଗୋଟି ଦଳ ଉପସ୍ଥିତ ଥିଲେ । ସେଥିମଧ୍ୟରୁ ସହମତି କ୍ରମେ ୫ଗୋଟି କେସ ସମାଧାନ କରାଯାଇଥିବା ବେଳେ ୩ଗୋଟି ମୋକଦ୍ଦମା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରେରଣ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ୦୪ଟି କେସ ସମାଧାନ ପାଇଁ ପ୍ରେରଣ କରାଯାଇଥିଲା । ପରବର୍ତ୍ତି ଶୁଣାଣି ନିମନ୍ତେ ୫ଜଣଙ୍କୁ ନୋଟିସ ପ୍ରେରଣ କରାଯାଇଥିଲା। ଏଥି ସହିତ ନୂତନ ଭାବେ ୩ଟି କେସ ପଞ୍ଜୀକୃତ ହୋଇଥିଲା ।

ଏହି ଜନ ଶୁଣାଣିରେ ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ସଭ୍ୟ ମୁକ୍ତା ସାହୁ, ପରାମର୍ଶଦାତା ବନ୍ଦନା ପଟ୍ଟନାୟକ ଓ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହିଥିଲେ ।

Comments (0)
Add Comment