ଜାତୀୟ ମହାକାଶ ଦିବସ ପାଳିତ।

ଖୋର୍ଦ୍ଧା ,୨୩/୦୮(ପିପିଟି):ରାଜ୍ୟ ପ୍ରକଳ୍ପ ଅତିରିକ୍ତ ନିର୍ଦ୍ଦେଶକ ସନାତନ ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଶ୍ୱନାଥ ତରାଇଙ୍କ ନିର୍ଦ୍ଦେଶରେ ବୋଲଗଡ଼ ର ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଧଳଙ୍କ ତତ୍ତ୍ଵବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପୌରିହିତ୍ୟ ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ସଂଯୋଜନା କରିଥିଲେ । ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ‘ଚନ୍ଦ୍ର ପୃଷ୍ଠରେ ଭାରତ ‘ପ୍ରସଙ୍ଗ ଉପରେ ବକ୍ତୃତା, ଚନ୍ଦ୍ରର ସ୍ପର୍ଶରେ ଜୀବନର ସ୍ପର୍ଶ ‘ପ୍ରସଙ୍ଗ ଉପରେ ପ୍ରବନ୍ଧ, ମହାକାଶ ଗବେଷଣା ସମ୍ବନ୍ଦୀୟ ସାଧାରଣ ଜ୍ଞାନ ଏବଂ ଚନ୍ଦ୍ରାୟନ -୩ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ସମୁଦାୟ ୫୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ନମିତା ସାହୁ, ଶ୍ରୋତାଲିନିସାହୁ, ସୌଦାମିନି ପରିଡ଼ା ଓ ଶିକ୍ଷକ ଅଂଶୁମାନ ଧଳ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ବକ୍ତୃତା ରେ ଶୁଭଙ୍କର ପୃଷ୍ଟି, ଜାଗୃତି ପ୍ରଭା ସାହୁ, ବର୍ଷାସୋନୀ ବେହେରା, ପ୍ରବନ୍ଧରେ ଭବସ୍ମିତା ମଙ୍ଗରାଜ, ଓମ ପ୍ରକାଶ ନାୟକ, ବର୍ଷା ପ୍ରିୟଦର୍ଶିନୀ ବେହରା, ସାଧାରଣ ଜ୍ଞାନରେ ରାକେଶ କୁମାର ସାହୁ, ସୂର୍ଯ୍ୟ ପ୍ରସାଦ ବେହେରା, ଶୁଭମ ଭବ ରାଉତ ଓ ଚିତ୍ରାଙ୍କନରେ ରୋଜାଲିନ ଓଝା, ମଧୁସ୍ମିତା ସାହୁ ଏବଂ ଆରାଧ୍ୟା ଦାଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତହୋଇଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ମହାକାଶ ଗବେଷଣାରେ ISROର ପ୍ରତିଷ୍ଠାତା ବିକ୍ରମ ସାରାଭାଇ, ରକେଟ ମ୍ୟାନ ଅଫ ଇଣ୍ଡିଆ କେ. ସିଭାନ, ରକେଟ ଓମ୍ୟାନ ଅଫ ଇଣ୍ଡିଆ ରିତୁ କାରିଧାଲ, ମିଶାଇଲ ମ୍ୟାନ ଅଫ ଇଣ୍ଡିଆ ଏପିଜେ ଅବଦୁଲ କଲାମଙ୍କ ସମେତ ଅନ୍ୟ ପ୍ରମୁଖ ବୈଜ୍ଞାନିକମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧିଙ୍କ ସମେତ ଶିବ ପ୍ରଧାନ, ସ୍ନେହଲତାପାଇକରାୟ ଓ ସମ୍ବିତ କେଦାର କର ସହଯୋଗ କରିଥିଲେ ।ବରିଷ୍ଠଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

ଶିକ୍ଷୟିତ୍ରୀ

Comments (0)
Add Comment