ବ୍ରହ୍ମପୁର,୧୫/୧୨(ପିପିଟି); ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ମଙ୍ଗଳବାର ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାପୀଠ କେନ୍ଦ୍ରରେ ହୋଇଯାଇଛି । ଏହି ପରୀକ୍ଷା ସକାଳ ୯ ଘଣ୍ଟ ସମୟ ଠାରୁ ଅପରାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । କୋଭିଡ଼ ନିୟମ ଅନୁଯାୟୀ ବିଦ୍ୟାଳୟ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫାଟକ ନିକଟରେ ରହି ପରୀକ୍ଷାର୍ଥୀ ମାନଙ୍କୁ ମାସ୍କ ପରିଧାନ ସହ ଥର୍ମାଲ ପରୀକ୍ଷା କରି ପରୀକ୍ଷା କେନ୍ଦ୍ରକୁ ପଠାଇ ଥିଲେ । ଏହି ପରୀକ୍ଷାରେ ସମୁଦାୟ ୧୭୯ ପରୀକ୍ଷାର୍ଥୀ ମଧ୍ୟରୁ ୫ ଅନୁପସ୍ଥିତି ରହିଥିବା ବେଳେ,୧୭୪ ଉପସ୍ଥିତ ଥିଲେ ।ମୋଟାମୋଟି ଭାବେ ଆଜିର ପରୀକ୍ଷା ପରିଚାଳନା କାର୍ଯ୍ୟକ୍ରମ ସନ୍ତୋଷ ଜନକ ଥିବା ଅଭିଭାବକ ମାନଙ୍କ ଠାରୁ ପ୍ରକାଶ । ସମସ୍ତଙ୍କ ଉଚିତ ସହଯୋଗ ହେତୁ ବୃନ୍ଦାବନ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।