ଜାତୀୟ କ୍ରୀଡ଼ା ଦିବସ ପ୍ରସ୍ତୁତି ବୈଠକ ।

ଭଞ୍ଜନଗର,୨୬/୦୮(ପିପିଟି),ଆସନ୍ତା ଅଗଷ୍ଟ 29 ତାରିଖ ରବିବାର ଦିନ ଘୁମୁସର ଶାରିରୀକ ଶିକ୍ଷକ ସଂଘ ଏବଂ ଭଞ୍ଜନଗର ଫୁଟବଲ୍ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ଠାରେ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟଳୟ ଷ୍ଟାଡିୟମ୍ ପରିସରରେ ଏହାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନ ସଦସ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଦାୟିତ୍ୱ ବଣ୍ଟନ କରାଯିବା ସହିତ କାର୍ଯ୍ୟକ୍ରମର ଶୃଙ୍ଖଳିତ ପରିଚାଳନା ଦିଗରେ ଆଲୋଚନା ହୋଇଥିଲା । ଏହି ଅବସରରେ ରବିବାର ଅପରାହ୍ଣ ୪ ଘଣ୍ଟ ସମୟରେ ଏକ ଫୁଟବଲ୍ ମ୍ୟାଚ୍ ର ଆୟୋଜନ କରାଯାଇଛି । ଆଜିର ପ୍ରସ୍ତୁତି ବୈଠକରେ ଶାରିରୀକ ଶିକ୍ଷକ ପ୍ରବୀଣ କୁମାର ଖାଡେଙ୍ଗା,ଆଶୁତୋଷ କୁମାର ସ୍ଵାଇଁ, ରମେଶ ରାୟ ଏବଂ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଏବଂ ସୋରଡ଼ା ବ୍ଲକ୍ ର ସମସ୍ତ ଶାରିରୀକ ଶିକ୍ଷକ ଏବଂ ବହୁ କ୍ରୀଡ଼ାପ୍ରେମୀ ଏବଂ କ୍ରୀଡାବିତ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment