ଜଳ ବନ୍ଦୀର ଦୁଃଖ :ନାହିଁ ନାହିଁର ଗାଁ ପାଲ୍ଲୀଗୁଡା ।

ମାଲକାନଗିରି,ତା:୨୪/୦୫(ପିପିଟି); ଏବେ ବି ଏମିତି ଆଦିବାସୀ ଗାଁ ରହିଛି,ଯେଉଁଠି କେବେ ସକାରୀବାବୁଙ୍କ ପାଦ ପଡେନି । ସତେ ଯେମିତି ଅଲୋଡା ହେୀଇ ପଡିଛି ଏଠିକା ମଣିଷ ।ସରକାରଙ୍କର ମୌଳିକ ସୁବିଧାରୁ ସମସ୍ତେ ଚିରବଞ୍ଚିତ । ତଥାପି ମଣିଷ ଏଠି ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛି । ସେଇ ଗାଁଟି ହେଉଛି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ନଆଗୁଡା ପଞ୍ଚାୟତର ପାଲ୍ଲୀଗୁଡା । ଏହି ଜଳବନ୍ଦୀ ଗାଁକୁ ଗମନାଗମନର ସିବିଧା ପାଇଁ ରାସ୍ତା ନାହିଁ । ସରକାରୀ ଯୋଜନାରେ ଗ୍ରାମବାସୀଙ୍କ ପାଇଁ ଗୋଟାଏ ନଳକୂପ ନାହିଁ । ବିଷୁଦ୍ଧ ପାନୀୟ ଜଳ ଟୋପେ ସାତ ସପନ । ଗାଁରେ ପୋଖରୀଟିଏ ନାହିଁ ସ୍ନାନ ଶୌଚ କରିବା ପାଇଁ । ବୁଢା ବଢି ହୋଇ ଆର ପାରି କି ବହୁ ଲୋକ ଗଲେଣି କାହାରିକୁ ବାର୍ଦ୍ଧକ୍ଯ ଭତ୍ତା ନାହିଁ । କାହାକୁ ମିଳି ନି ମୋ କୁଡିଆ କି ଅନ୍ଯ କିଛି ମୌଳିକ ଯୋଜନା । ଗାଁରେ ବିଜୁଳି ଆଲୁଅ ନାହିଁ କି ବିଦ୍ଯାଳୟ ଖଣ୍ତେ ନାହିଁ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେବାକୁ ।ଏମିତି ଏକ ଅଭିଶପ୍ତ ଗାଁ ର ନାଁ ପାଲ୍ଲୀଗୁଡା । ଏଣେ ବିଛିନ୍ନାଞ୍ଚଳଟି ସ୍ବାଭିମାନ ଅଞ୍ଚଳ ବୋଲି ରାଜ୍ଯ ସରକାର ଘୋଷଣା କଲେ ସତ,ତେବେ ବିକାଶ ଏଠି ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ଯ ଆଣ୍ଠେଇ ପଡିଛି କ୍ଲାନ୍ତ ପଥିକ ପରି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment