ଜଳିଗଲା ପାନ ଦୋକାନ ।

ବେଲଗୁଣ୍ଠା,୦୪/୦୫(ପିପିଟି);ଗଂଜାମ ଜିଲ୍ଲା ବେଲଗୁଣ୍ଠା ନିକଟ କଲ୍ୟାଣପୁର ଗ୍ରାମର ଶଙ୍କର ଦୁଆରୀ ନାମକ ଜଣେ ବ୍ୟବସାୟୀ ଙ୍କ ପାନ କେବିନି ରେ ନିଆଁ ଲାଗି ସମ୍ପୂର୍ଣ ଜଳିପଡି ପାଉଁଶ ହୋଇଯାଇଛି । ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଖବର ପାଇ ପଂହଂଚି ନିଆଁକୁ ଆୟତ କରିଥିଲା ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିଯାଇଛି । ଗତ ମଧ୍ୟରାତ୍ରରେ ଏହି ଘଟଣା ଘଟିଛି ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment