ଜଳିଗଲା ଏସବିଆଇ ଶାଖା ।

ଆନନ୍ଦପୁର,୨୦/୦୯ : ଅଗ୍ନିକାଣ୍ଡ ଯୋଗୁଁ ଆନନ୍ଦପୁର ର ଘସିପୁରା ଥାନା ସମ୍ମୁଖରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଘସିପୁରା ଶାଖା ଜଳିଯାଇଥିବା ଜଣାପଡିଛି, ଆଜି ସକାଳୁ ୪ଟା ସମୟରେ ପ୍ରାତ ଭ୍ରମଣ ରେ ଯାଉଥିବା ଲୋକମାନେ ଏହି ଘସିପୁରା ଶାଖାରୁ ଝରକା ବାଟେ ଧୂଆଁ ବାହାରୁ ଥିବା ଦେଖି ଦମକଳ କେନ୍ଦ୍ରକୁ ଫୋନ୍ ମାଧ୍ୟମ ରେ ଜଣାଇବା ସହିତ ପାଖରେ ଥିବା ବ୍ୟାଙ୍କ ର ମ୍ୟାନେଜେର ଙ୍କୁ ଜଣାଇଥିଲେ. ବ୍ୟାଙ୍କ ମ୍ୟାନେଜେର ଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ ସେଠାରେ ପହଞ୍ଚିବା ସହିତ ସେଠାରେ ଦମକଳ କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରିଥିଲେ, ଖବର ଲେଖାହେବ ପର୍ଯ୍ୟନ୍ତ ଦମକଳ କର୍ମଚାରୀ ମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି, ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Comments (0)
Add Comment