ଜଳସେଚନ ଯନ୍ତ୍ରିଙ୍କୁ କାଦୁଅ ରାସ୍ତା ରେ ଚଲାଇଲେ।

ବୋଲଗଡ଼୧୪/୦୯(ପିପିଟି):ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଘଟିଛି ଏକ ଅପ୍ରୀତିକର ପରିସ୍ଥିତି।ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଲେ ଗ୍ରାମବାସୀ। ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ।ଜଳସେଚନ ବିଭାଗର ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କିଭଳି କାଦୁଅ ରାସ୍ତାରେ ଚଲାଉଛନ୍ତି ଗ୍ରାମବାସୀ।ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ଫୁଲିଉଠିଛି।ମଲାଗୁଣି ପାଣି ଭଗବତୀପଡା ଗାଁ ନିକଟରେ ଗଳିଆ ଫିଟି ପାଣି ଯାଉଛି।ବନ୍ଧ ଉପରେ ବାଲିବସ୍ତା ଦିଆଯାଇଛି।ଗୋଳବାଇ- କଣାସ ରାସ୍ତା କୁ ସଂଯୋଗ କରୁଥିବା ଭଗବତୀପଡା ଏକମାତ୍ର ରାସ୍ତା।ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟ ରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇ ତା ଉପରେ ଖାଲି ମାଟିପଡିଥିଲା ରାସ୍ତା କାର୍ଯ୍ୟ ହୋଇନଥିଲା। ହେଲେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତା ରେ ଚାଲିକି ଯିବା ସଂମ୍ଭବ ନୁହେଁ।ଉକ୍ତ ରାସ୍ତା ଟି ସଂପୂର୍ଣ୍ଣ ଭାବରେ ପାଣିକାଦୁଅରେ ପରିପୂର୍ଣ୍ଣ।ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କାମ ସଂପୂର୍ଣ୍ଣ ହେଲାନି।ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଯାଇଥିଲେ। ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ରାସ୍ତା କାର୍ଯ୍ୟ ସାରିନଥିବାରୁ ଉତ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।କହିଥିଲେ ଆମେ ସେହି ରାସ୍ତାରେ ସଵୁଦିନ ଯାଉଛୁ ତୁମେ ଆଜି ଦିନକ ପାଇଁ ଏହି ରାସ୍ତାରେ ଚାଲ କହି ଦୁହିଁଙ୍କୁ କାଦୁଅରେ ଚଲାଇଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment