କୋଦଳା,୨୦/୦୮(ପିପିଟି):ପ୍ରତିବର୍ଷ ଭଳି ଚଳିତ ବର୍ଷ ବି କୋଦଳା ତାଳେଶ୍ୱର ବୋଲବମ ପାର୍ଟି ଆଜି ପୁରୀ ଲୋକନାଥଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି । ବୁଧବାର କୋଦଳା ତାଳେଶ୍ୱର ମନ୍ଦିର ରେ ସଂକଳ୍ପ ଓ ପୂଜାର୍ଚନା କରିବା ସହିତ ଗୁରୁବାର ସକାଳୁ ସକାଳୁ ନିତ୍ୟକର୍ମ ଶେଷ କରି ୭୦ ରୁ ଉର୍ଦ୍ଧ୍ୱ ଯୁବକ ନଗର କୀର୍ତ୍ତନ ସହ ଗ୍ରାମ ପରିକ୍ରମା କରି ବାବା ଦଣ୍ଡିଶ୍ୱର ମନ୍ଦିର ଠାରୁ ପୁରୀ ଅଭିମୁଖେ ଯାତ୍ରା କରିକଟକ ଗଡ଼ଗଡିଆ ଘାଟ ଠାରେ ପହଞ୍ଚି ଥିଲେ । ସେଠାରେ ମହାନଦୀରୁ ଜଳ ଉଠାଇ ପୁରୀ ଅଭିମୁଖେ “ବୋଲବମ ହର ହର ବମ “ସ୍ଲୋଗାନ ଦେଇ ଚାଲି ଚାଲି ପୁରୀ ଲୋକନାଥ ଠାରେ ପହଞ୍ଚି ଜଳଲାଗି କରିଛନ୍ତି । ଏହି ସଂସ୍ଥା ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ଵ ହେବ ଯାତ୍ରା କରୁଥିବା ଜଣାଅପଡ଼ିଛି । ନିଜ ନିଜର ଶୁଭ ମାନସୀ ମାନସିକ କରି ଏହି ଜଳଲାଗି କରୁଥିବା କହିଥିବା ବେଳେ ମାନସିକ ମଧ୍ୟ ପୂରଣ ହେଉଥିବା ପ୍ରକାଶ କରିଛନ୍ତି କିଛି ଶିବ ଭକ୍ତ । ଏହି ବର୍ଷ ଯୋଡ଼ା ଶ୍ରାବଣ ପଡିଥିବାରୁ ଏହି ଅଞ୍ଚଳରେ ପ୍ରତ୍ୟେକ ପାଳିର ଭକ୍ତଙ୍କ ସଂଖ୍ୟା ୧୦୦୦ ରୁ ଅଧିକା ହୋଇଥିବା ଜଣାପଡିଛି । ଏହି ମାସଟି ଗ୍ରାମରେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )