***ଜଳଦାନ***

ଜଳ ହିଁ ଜୀବନ ଜଳ ହିଁ ଅମୃତ
ଜଳ ବିନା ସୃଷ୍ଟି ନାଶ…
ଜଳ ଦାନ କଲେ ମହା ପୂଣ୍ୟ ମିଳେ
ଜଳ ହିଁ ସରସ ରସ….!!
ସାଗରରେ ଜଳ ଭରେ ବରଷାରେ
ମିଳନ ସମଗ୍ର ନଈ….
ମେଘରୁ ବରଷା ବୁନ୍ଦା ଧରଣୀଧର
ଓଠକୁ ଚୁମ୍ବଇ ଯାଇ….!!
ବରଷା ଜଳରେ ଭିଜଇ ଧରଣୀ
ଆସିଲେ ବରଷା କାଳ….
ଶୁଷ୍କ ଜଳଶୟ ହୁଏ ପରିପୂର୍ଣ୍ଣ
ତଡାଗେ ଖେଳେ କମଳ….!!
ଶସ୍ୟ ଶ୍ଯାମଳ ହୁଅଇ କେଦାର
ଫସଲ ଉତ୍ପନ ହୁଏ….
ଜଳ ପାଇଁ ସିନି ଆହାର ସମ୍ଭବ
ପ୍ରାଣୀଙ୍କ ପ୍ରାଣ ସିଏ…!!
ରାଜନୀତି ଦଳ ପାନୀୟ ଜଳକୁ
ଯୋଗାଣ କରିବା ପାଇଁ…..
ନିର୍ବାଚନୀ ଇସ୍ତାହାରରେ ପ୍ରକାଶି
ମାଗଇ ଭୋଟ ଯାଇ….!!
ପିଇବାକୁ ଲୋଡା ବୁନ୍ଦାଏ ସଲିଳ
ଫସଲକୁ ଲୋଡ଼େ ଚାଷୀ….
ଜଳ ବଣ୍ଟନଟି ମହାପୂଣ୍ଯ ଫଳ
ଜଳ ଦାନେ ପୂଣ୍ୟ ବେଶି….!!
ଜଳ ପାଇଁ ଆହାକାର ସବୁ ଠାରେ
ଆସିଲେ ଗ୍ରୀଷମ ଋତୁ….
ଜଳ ବିନା ବୃକ୍ଷ ଲତା ଯେ ଝାଉଁଳେ
ପ୍ରାଣୀଙ୍କର ହୁଏ ମୃତ୍ୟୁ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment