ଜରାଶ୍ରମରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ।

ବୋଲଗଡ଼,୦୪/୦୮(ପିପିଟି): ୧୮୧୭ ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା କାଳିଆଭୁଇମୁଳ ସ୍ମୃତି ପରିଷଦ ବାଙ୍କୋଇ ଏବଂ ପି, ଷ୍ଟାଫ ,ସତ୍ ସେବାସଂଘ ସାଗରଗୁଆଁ, ବୋଲଗଡ଼,ଖୋର୍ଦ୍ଧା ତରଫରୁ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ସାଗରଗୁଆଁ ଅଲ୍ଟ୍ରାଦ୍ୱାରା ପରିଚାଳିତ ଜରାନିବାସ ଓ ହାଟବସ୍ତ ତଥା ବରିଷ୍ଠ ନାଗରିକ ନିବାସ, ସାଗରଗୁଆଁ ଅନ୍ତେବାସୀଙ୍କ ଗହଣରେ ବରିଷ୍ଠ ଅନ୍ତେବାସୀ ଙ୍କୁ ଅର୍ଚ୍ଚନା ବନ୍ଦନା କରାଯାଇ ସମସ୍ତ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ, ମିଷ୍ଟାନ୍ନ ଓ ବିସ୍କୁଟ ବଣ୍ଟନ।କରାଯାଇଥିଲା। ବୟୋଜ୍ୟେଷ୍ଠ ନାଗରିକ , ସମାଜସେବୀ ମନୋଜ କୁମାର ସ୍ବାଇଁ, ବାଙ୍କୋଇ ସତସଙ୍ଗ ବିହାରର ଡଃ କେଶବଚନ୍ଦ୍ର ଭୋଳ ସହପ୍ରତିଊତ୍ୱିକଙ୍କୁ ମିଷ୍ଟାନ୍ନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା, ଅଲ୍ଟ୍ରାର ପରିଚାଳକ ବ୍ରହ୍ମଚାରୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପରେ ଅଲ୍ଟ୍ରା ରେ ଥିବା ମୂକ, ବଧିର, ତଥା ମାନସିକ ଅନଗ୍ରସର ପିଲା ମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପରିଶେଷରେ ଡଃ.କୃଷ୍ନ ଚନ୍ଦ୍ର ପଟ୍ଟନାୟକ ନିଜର ସୁଲଳିତ କଣ୍ଠରେ ସମସ୍ତଙ୍କୁ ଗୁରୁବନ୍ଦନା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଶୁଣାଇଥିଲେ। ଅନ୍ତେବାସୀ ମାନେ ଆନନ୍ଦରେ ହୁଳହୁଳି, ହରିବୋଲ ଦେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment