ଜରାଜୀର୍ଣ୍ଣ ଚାଳ ଛପର ଘରେ ବିତୁଛି ଜୀବନ।

ବୋଲଗଡ଼,୨୫/୦୨(ପିପିଟି): ଭଗବାନଙ୍କ ଉପରେ ଭରସା କରି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ପରିବାର ଭାଗ୍ୟ କଣ ଏହାଯେ ଦୀର୍ଘବର୍ଷ ଧରି ଝାଟିମାଟି ଜରାଜୀର୍ଣ୍ଣ ଚାଳ ଛାଉଣି କୁଡିଆ ଭିତରେ ବିତାଇବାକୁ ପଡୁଛି ଜୀବନ। କାହାପାଇଁ ଆବାସ ଯୋଜନା । ଯାଉଛି କୁଆଡ଼େ ନେଉଛି କିଏ। ଏଠି ଗରିବଙ୍କ ପାଇଁ ଆବାସଗୃହ ସାତସପନ। ଏଭଳି ଦୁଃଖ କଷ୍ଟ ରେ ବଞ୍ଚୁଥିବା ପରିବାରଟି ହେଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର ବେଣାଗାଡିଆ ଗ୍ରାମର ସରୋଜିନୀ ସେଠି ସ୍ୱାମୀ ଗୋବର୍ଦ୍ଧନ ସେଠି ,୧୪ବର୍ଷପୁଅ ଓ ତାଙ୍କର ସାଶୁ ମା। ସ୍ୱାମୀ ଗୋବର୍ଦ୍ଧନ ମାନସିକ ବିକଳାଙ୍ଗ ହୋଇ ଥିବାରୁ ଭିକ୍ଷାବୃତ୍ତି କରି ପରିବାର ଚଳାନ୍ତି। ପରିବାରର ଆର୍ଥିକ ସ୍ଥିତି ସେପରି ଭଲ ନୁହେ। ଏମିତି କି ଚାଳଛପର ଘରଟିକୁ ଛାଉଣୀ କରିବାକୁ ସକ୍ଷମ ନୁହନ୍ତି। ସ୍ୱାମୀ ଭିକ୍ଷାବୃତ୍ତି କରି ଜାହା ଆଣନ୍ତି ତାହା ଚାରି ପେଟକୁ ନିଅଣ୍ଟ ହୋଇ ଥାଏ। ସମ୍ପତ୍ତି କହିଲେ ରହୁଥିବା ସରକାରୀ ଜାଗା ଖଣ୍ଡିକ। ତା଼ହାରି ଉପରେ ଦୀର୍ଘବର୍ଷ ଧରି ଝାଟିମାଟି ରେ କୁଡିଆ କରିଥିଲେ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ତାହାରି ଉପରେ ଲୁଗା ପକାଇ ଚାରିପ୍ରାଣୀ ଦୁଃଖ କଷ୍ଟ ରହୁଛନ୍ତି,ସରକାରଙ୍କ ତରଫରୁ ମିଳୁଛି ରାସନ ଚାଉଳ ଯାହାକି ମାସ ଶେଷକୁ ନିଅଣ୍ଟ ହେଉଛି। ରହିବା ପାଇଁ ପଟ୍ଟା ଓ ଆବାସ ଯୋଜନା ପାଇଁ ବାରମ୍ଵାର ସରପଞ୍ଚ, ଆରଆଇ , ତହସିଲଦାର ଠାରୁ ସରକାରୀ ବାବୁଙ୍କୁ ବାରମ୍ବାର ଗୁହାରି କରି ଥିଲେ ମଧ୍ୟ ପ୍ରତିଶୃତି ବ୍ୟତିତ କିଛି ସୁଫଳ ମିଳି ନାହିଁ। ସ୍ଥାନୀୟ ପ୍ରସାସନ କିପରି ଘରବାରି ପଟ୍ଟା ସହିତ ଆବାସ ଯୋଜନା ଓ କିଛି ସରକାରୀ ସହାୟତା ମିଳିଲେ ସିଏ ଉପକୃତ ହେବେ ବୋଲି
ପିପିଟି ନ୍ୟୁଜ ମାଧ୍ୟମ ରେ ଜଣାଇଛନ୍ତି। ଦେଖିବାକୁ ବାକିରହିଲା ସରୋଜିନୀ ଙ୍କ ଦୁଃଖ କେବେ ପ୍ରଶାସନ ବୁଝୁଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Comments (0)
Add Comment