ଜମୁଛି ମକର ମେଳା,ସନ୍ତାନ ପ୍ରାପ୍ତି ପାଇଁ ମାନସିକ କୁଣ୍ଡ ରୁ ଗୁଆ ଖୋଜନ୍ତି ମାନସିକ ଧାରି।

ଖୋର୍ଦ୍ଧା,୧୭/୦୧(ପିପିଟି): ପ୍ରତେକ ବର୍ଷ ପରି ଚଳିତ ବର୍ଷ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଖୋର୍ଦ୍ଧା ଜିଲ୍ଲା ବାଘମାରିର ଅଟ୍ରି ଉଷ୍ଣପ୍ରସବଣ କ୍ଷେତ୍ର। ଏହି ପର୍ଯ୍ୟଟନସ୍ଥଳୀକୁ ଦେଖିଲେ ଏହାର ରହସ୍ୟ ନିଶ୍ଚୟ ସମସ୍ତ ଙ୍କୁ ଆକୃଷ୍ଟ କରିବ। ମକର ସଂକ୍ରାନ୍ତିରେ ବନ୍ଧ୍ୟା ଦୋଷ ହରଣ ସହ ସନ୍ତାନପ୍ରାପ୍ତି ପାଇଁ ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ଅନେକ ମାନସିକ ଧାରି। ଅଟ୍ରି ନିକଟକୁ ଲାଗି ରହିଛି ଏକାଦଶ ରୁଦ୍ର ମହାଦେବ ହଟନାଥ ହଟକେଶ୍ୱରଙ୍କ ମନ୍ଦିର। କପିଳ ସଂହିତାରେ ବର୍ଣ୍ଣିତ ରହିଥିବା ଏହି ପୌରାଣିକ କଥାରେ ବି ବର୍ଣନା ରହିଛି ଅଟ୍ରି ହେଉଛି କାମଦହନ କୁଣ୍ଡ ବା ଯଜ୍ଞ କୁଣ୍ଡ। ତେଣୁ ସୂର୍ଯ୍ୟଙ୍କ ଉତରାୟଣୀ ଗତି ଅର୍ଥାତ ମକର ସଂକ୍ରାନ୍ତୀରେ ହଟନାଥଙ୍କ ଆରାଧନା କରି ଅଟ୍ରିଠାରେ ଥିବା ମାନସିକ କୁଣ୍ଡରେ ବୁଡି ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ସେଥିପାଇଁ କେଉଁ ଆବାହନ କାଳରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବନ୍ଧ୍ୟା ନାରୀମାନେ ଗୁଆ ଖୋଜିବାକୁ ଆସିଥାନ୍ତି ଏହି କ୍ଷେତ୍ରକୁ। ଏପଟେ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment