ଜମୁଛି ପ୍ରଥମ ଏକତା ମହୋତ୍ସବ ; ଲୋକଗୀତ ଓ ଲୋକଵାଦ୍ୟରେ ଦୁଲୁକୁଛି ମଞ୍ଚ ।

ଉଲୁଣ୍ଡା,୦୬/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଦଳୀପାଲି ଛକରେ ଚାଲିଥିବା ଏକତା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବର୍ଣ୍ଣିଳ ଲୋକନୃତ୍ୟ ଓ ଗୀତରେ ଭର୍ଣ୍ଣି ମଞ୍ଚ ଦୁଲୁକି ଉଠିଛି । ମୁଖ୍ୟ ଆୟୋଜକ ପାଣିନୀ ପ୍ରାଜ୍ଞଙ୍କ ପରିଚାଳନାରେ ଆୟୋଜିତ ମହୋତ୍ସବର ସାନ୍ଧ୍ୟ ସଭାରେ ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗୀ ନାରାୟଣ ଅଗ୍ରୱାଲା, କଣ୍ଠଶିଳ୍ପୀ ଶତ୍ରୁଘନ ଲୁହା, ଅଭିନେତା ପ୍ରମୋଦ ମହାପାତ୍ର, ଭାରତ ଗୌରବ ଓ କଣ୍ଠଶିଳ୍ପୀ ରୁକୁ ସୁନା ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଜନ ଜୀବନରେ ଲୁଚି ରହିଥିବା କଳାର ଉଥଥାନ ପାଇଁ ଏକତା ମହୋତ୍ସବ ଏକ ପ୍ରକୃଷ୍ଠ ମଞ୍ଚ ବୋଲି ବକ୍ତବ୍ୟ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଳନ୍ଧର ରାଜ ଦରବାର ସହ ସମ୍ବଲପୁରର ଫୋକାଲ ଓ ସ୍ୱୟଂ ଏକାଡେ଼ମୀର କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ପଞ୍ଚରସି,ପୁଷ୍ପପୁନି ତିହାର ପରି ଲୋକନୃତ୍ୟ ପରିବେଷିତ ହୋଇଥିଲାବେଳେ ଟିଙ୍କୁ ଟିଙ୍ଗାଲୁଙ୍କ କମେଡି ଲୋକଙ୍କୁ ବାନ୍ଧି ରଖିଥିଲା । ସେହିପରି,ପ୍ରଖ୍ୟାତ କଣ୍ଠଶିଳ୍ପୀ ଶତ୍ରୁଘନ ଲୁହା ଏବଂ ରୁକୁ ସୁନାଙ୍କ ପରିବେଷିତ ଲୋକଗୀତକୁ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ଯାଏଁ ମନଭରି ଉପଭୋଗ କରିଥଲେ । ଏକତା ଗୃପର ସଂଯୋଜକ ଲାଲାଜୀ ବେହେରା,କୋଷାଧ୍ୟକ୍ଷ କୁନାଳ ମିଶ୍ର,ଅଶୋକ ସାହୁ,ଶୁଭ ପ୍ରସାଦ ବିଶ୍ୱାଳ,ଚୈତନ୍ୟ ପ୍ରଧାନ, ପବିତ୍ର ସାହୁ ଓ ଉପଦେଷ୍ଟା ଶ୍ୟାମ ସୁନ୍ଦର ମିଶ୍ର ପ୍ରମୁଖ ମହୋତ୍ସବର ପରିଚାଳନାରେ ସହଯୋଗ କରିଥିଲେ ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment