ଜନ ସଚେତନତା ଯୋଗୁଁ ଅପରାଧ ରୋକିବା ସମ୍ଭବ ।

ଭଞ୍ଜନଗର,୧୭/୦୪(ପିପିଟି): ପରିବର୍ତ୍ତନଶୀଳ ଦୁନିଆରେ ଲୋକ ମାନେ ଡିଜିଟାଲ୍ ଯୁଗ ଆଡକୁ ଅଗ୍ରସର ହେଉଥିବା ବେଳେ ଅନେକ ଅସାବଧାନତା ବଶତ ଏଥିରେ ନିଜର ସର୍ବଶ୍ବ ହରାଇ ମଧ୍ୟ ବସୁଛନ୍ତି। ବର୍ତ୍ତମାନ ସାଇବର ଅପରାଧ ସମସ୍ତଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି। ଏଥିସହ ସମାଜ ଆଧୁନିକତାର ଶୀର୍ଷରେ ପହଞ୍ଚି ସାରିଥିଲେ ମଧ୍ୟ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଆଜି ମଧ୍ୟ ସାମାଜକୁ କଳୁଷିତ କରି ରଖିଛି। ଏଭଳି ମାନସିକତା ପାଇଁ ବହୁ ହିଂସାତ୍ମକ ଅପରାଧ ମଧ୍ୟ ଘଟୁଛି। ଏଥିସହ ସମାଜରେ ସଂସ୍କାର ମୂଳକ ଶିକ୍ଷାର ଅଭାବ ହେତୁ ଗତ କିଛି ଦିନ ମଧ୍ୟରେ ମନକୁ ବିଚଳିତ କଲା ଭଳି ବହୁ ଅମାନବୀୟ ଘଟଣା ଘଟିବାରେ ଲାଗିଛି। ତେଣୁ ଏଭଳି ଅପରାଧରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ତୃଣମୂଳ ସ୍ତରରୁ ସମସ୍ତଙ୍କୁ ସଚେତନ କରିବା ଜରୁରୀ ବୋଲି ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମରେ ଆମ ପୁଲିସ୍ ସମିତିର ବୈଠକରେ ମତ ପ୍ରକାଶ ପାଇଛି। ଆମ ପୁଲିସ୍ ସମିତର ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବରିଷ୍ଠ ସଦସ୍ୟ ଅର୍ନ୍ତର୍ଯ୍ୟାମୀ ତ୍ରିପାଠି,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ପ୍ରାକ୍ତନ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ଶିକ୍ଷାବିତ୍ ଜଗବନ୍ଧୁ ଜେନା,ପୂର୍ବତନ କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ସରପଞ୍ଚ ଭି.ସଂଯୁକ୍ତା ରାଜୁ,ସମିତିସଭ୍ୟା ପି.ରେଣୁକା ପାତ୍ର,ମନୁନନ୍ଦ ପତି,ରବିନାରାୟଣ ମହାନ୍ତି, ସାମ୍ବାଦିକ ବିଶ୍ବମ୍ବର ଜେନା,ରବିନ୍ଦ୍ର ପାତ୍ର,ଭି ରାଜୀବ ଲୋଚନ ରାଜୁ,ବିଷ୍ଣୁପ୍ରିୟା ସେନାପତି, ଲବଙ୍ଗଲତା ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପୁଲିସ୍ ଓ ଜନସାଧାରଣ ମଧ୍ୟରେ ସୁସଂର୍ପକରେ ଆବଶ୍ୟକତା ରହିଛି। ଏଥିପାଇଁ ପ୍ରତି ଘଟଣାରେ ଜନସାଧାରଣ ନିର୍ଭୟରେ ପୁଲିସ୍ ନିକଟକୁ ଆସିବା ସହ ସେମାନଙ୍କୁ ସମସ୍ୟା ଉପସ୍ଥାପନ କରିବା ଜରୁରୀ। ପୁଲିସ୍ ପକ୍ଷରୁ ସମସ୍ତ ସହଯୋଗ ନିରପେକ୍ଷ ଭାବେ ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ କହିବା ସହ ପ୍ରତି ବୈଠକରେ ନିଆଯାଉଥିବା ନିଷ୍ପତ୍ତି ପରବର୍ତ୍ତ ସମୟରେ କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିରେ ଏସ୍ଆଇ ମନସ୍ବିନୀ ମହାନ୍ତି, ଶଙ୍କର୍ଷଣ ତ୍ରିପାଠି,ଶଶାଙ୍କ କିରଣ ତ୍ରିପାଠି,କୁଲାଡ ଗ୍ରାମର ବହୁ ଜନସାଧରଣଙ୍କ ସମେତ ଆମ ପୁଲିସ୍ ସମିତି ସଦସ୍ୟ ଓ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment