ହିଂଜିଲିକାଟୁ,୦୫/୦୩(ପିପିଟି):-ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ହିଂଜିଳିରେ ହସ ଉଲ୍ଲାସରେ ଚାଲିଥିବାବେଳେ ଅଞ୍ଚଳର ବିଭିନ୍ନ ଜାଗାରେ ବିଜେଡି ପକ୍ଷରୁ ଲଗାଯାଇଥିବା ହୋର୍ଡଡିଙ୍ଗରେ ପ୍ରବାଦ ପୁରୁଷ ବଦଳରେ “ପ୍ରଭାତ” ପୁରୁଷ ଲେଖା ହୋଇଥିବାରୁ ହିଂଜିଳି ଅଞ୍ଚଳ ବାସୀ ଏହାକୁ ନାପସନ୍ଦ କରିବାସହ ପତିକ୍ରିୟା ପ୍ରକାଶ କରୁଥିବା ଶୁଣିବାକୁ ମିଳିଛି । ଦିନସାରା ଏହି ପୋଷ୍ଟର ଲାଗିଥିଲେ ମଧ୍ୟ ଦଳ ତଥା ପ୍ରଶାସନ ତରଫରୁ ନଜର ପଡିନଥିବାରୁ ଅଞ୍ଚଳ ବସୀ କ୍ଷୋଭ ପ୍ରକାଶ କରିଛନ୍ତି ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା ।)