ଜନ୍ମାଷ୍ଟମୀର ମହତ୍ତ୍ୱ।

ବୋଲଗଡ଼,୨୬/୦୮(ପିପିଟି):କିମ୍ବଦନ୍ତୀ ଅନୁସାରେ କଂସ ସମେତ ଅନ୍ୟ ଦାନବମାନଙ୍କୁ ନିପାତ କରିବାଉଦ୍ଦେଶ୍ୟରେ ଦ୍ୱାପର ଯୁଗରେ ଭାଦ୍ରଵ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମାନବ ରୂପରେ ମହାପ୍ର ଭୁଧରାବତରଣ କରିଥିଲେ ।ଦେବକୀଙ୍କ ଗର୍ଭରୁ ଜାତ ସନ୍ତାନ ହସ୍ତରେ କଂସ ନିଧନ ହେବନାରଦଙ୍କଠାରୁ ଶୁଣି ଦେବକୀଙ୍କ ଚୂଳକୁ ଧରିଲା କଂସାସୁର । ବସୁଦେବ ତା ‘ର ଦୁଇ ପଦକୁ ଧରିକହିଲେ, “ଦେବକୀ ତୁମର ଶତ୍ରୁ ନୁହେଁ “ଦେବକୀ ଗର୍ଭରୁ ଜାତ ହେବା ସନ୍ତାନ ହିଁ ତୁମର ଅନିଷ୍ଟକାରୀ ହେବ।ତେଣୁ ତାକୁ ଛାଡିଦିଅ, ତା ‘ର ଗର୍ଭରୁ ଯେତେ ସନ୍ତାନ ଜାତ ହେବେ ତୁମକୁ ଅର୍ପଣ କରିବି । କଂସ ଭିଣୋଇ ବସୁଦେବ ଓ ଭଗ୍ନୀ ଦେବକୀଙ୍କୁ ବନ୍ଦୀ ଶାଳରେ ରଖି ପିତା ଉଗ୍ରସେନଙ୍କୁ ଜଗୁଆଳ ରୂପେ ନିଯୁକ୍ତ କଲା । ଦେବକୀଙ୍କଠାରୁ ଜନ୍ମିତ ୬ ଗୋଟି ପୁତ୍ରକୁ ଦର୍ପଣ ଶିଳାରେ କଚାଡି ସେ ମୃତ୍ୟୁ ଦଣ୍ଡ ଦେଲା ।ସପ୍ତମ ସନ୍ତାନ ରୋହିଣୀଙ୍କ ଗର୍ଭରୁ ପ୍ରଭୁ ବଳରାମ ଅବତାରରେ ଜନ୍ମ ନେଲେ ।କଂସ ଶୁଣିବାକୁ ପାଇଲା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେବ ତାଙ୍କ ହସ୍ତରେ ସେ ନିହତ ହେବ ।ତେଣୁ କଡ଼ା ପ୍ରହରା ମଧ୍ୟରେ ସେ ଦୁଇ ଜଣଙ୍କୁ ରଖିଲା। କୃଷ୍ଣ ଅଷ୍ଟମ ଗର୍ଭରେ ଜନ୍ମ ହୋଇ ବସୁଦେବଙ୍କୁ କହିଲେ,”ମୋତେ ଗୋପପୁରରେ ନନ୍ଦଙ୍କ ଘରେ ଛାଡି ତାଙ୍କ ଶିଶୁ କନ୍ୟାକୁ ଆଣି ଏଠାରେ ରଖିଦିଅ।

ଶ୍ରୀକୃଷ୍ଣଙ୍କୁ ମସ୍ତକରେ ରଖି ଝୁଡି ଘୋଡାଇ ରାତାରାତି ବସୁଦେବ
ଯିବାକୁ ଉଦ୍ୟତ ହୁଅନ୍ତେ ପାଦରୁ ଶିଙ୍କୁଳି ଏବଂ କବାଟ ଆପେଆପେ ଖୋଲିଗଲା । କୂଳ ଲଂଘନ କରି ଗର୍ଜୁ ଥିବା ଯମୁନା ଜଳରେ ବାଲି ବନ୍ଧରେ ପଥ ନିର୍ମାଣ କରି ନନ୍ଦଙ୍କ ଘରେ ପହଂଚି ତାହାହିଁ କଲେ । ଶିଶୁ କନ୍ୟାକୁ ଶିଳାରେ କଚାଡ଼ିବା ପାଇଁ
କଂସ ଉପରକୁ ଉଠାଇବାରେ ସେହାତରୁ ଖସି ସେ ଅଦୃଶ୍ୟ ହୋଇଗଲେ। ଦୁର୍ଦ୍ଦଷ ନିଷ୍ଠୁର କଂସ ଭଉଣୀ,ଭିଣୋଇଙ୍କ ସହ ସମ୍ପର୍କକୁକଳଙ୍କିତ କରି ଭଣଜାମାନଙ୍କୁ ଯମପୁରକୁ ପଠାଇବାକୁ ଷଡଯନ୍ତ୍ର କରିବାରୁ ତା ‘ର ଗର୍ବ ଓ ଅହଂକାର ଚୁରମାର ହୋଇଗଲା ଓ କଲବଲ ହୋଇ ଶ୍ରୀକୃଷ୍ଣଙ୍କ ହାତରେ ଜୀବନ ହାରିଲା । ତେଣୁ ଆମେ କେବେ ପବିତ୍ର ସମ୍ପର୍କକୁ କଳୁଷିତ କରିବା ନାହିଁ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment