ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଯାଜପୁର,୨୪/୦୫(ପିପିଟି) : ବ୍ୟସ୍ତ ବହୁଳ ଜୀବନ ଭିତରେ ଜନ୍ମଦିନକୁ ସ୍ମରଣୀୟ କରୀରଖିବା ପାଇଁ ସଭିଏଁ ବ୍ୟସ୍ତ। ୟାରୀ ଭିତରେ ରକ୍ତଦାନ ପରି ମହତ କାର୍ଯ୍ୟ କରିବା ମଧ୍ୟ ନିଆର ପ୍ରୟାସ। ନିକଟରେ ଗତ କାଲି ତା ୨୪.୦୫.୨୫ରିଖ (ଶନିବାର) ଦିନ ‛ଜୟ ମହାକାଳ ଫାଉଣ୍ଡେସନ’ର ସମ୍ପାଦକ ପ୍ରଦୀପ କୁମାର ଦାସ ଏବଂ ତାଙ୍କ ଭଉଣୀ ପ୍ରଣତି ଦାସଙ୍କ ଗୋଟିଏ ଦିନରେ ଶୁଭ ଜନ୍ମଦିନ ହୋଇଥିବାରୁ ଏକ ରକ୍ତଦାନ ଶିବିର ଯାଜପୁର ରୋଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଭାବେ ପରିଚିତ ‛ଜୟ ମହାକାଳ ଫାଉଣ୍ଡେସନ ଓ କ୍ୟାନ୍ସର ହେଲପିଂ ଉଇଂ’ ର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ଏହି ଶିବିରକୁ କ୍ୟାନ୍ସର ହେଲପିଂ ଉଇଂ ର ସଭାପତି ଶଙ୍କର୍ଷଣ ଜେନା, ସମ୍ପାଦିକା ରଶ୍ମିରେଖା ପାତ୍ର ଏବଂ ଜୟ ମହାକାଳ ଫାଉଣ୍ଡେସନର ଆବାହକ ଅଜୟ କୁମାର ଦାସ ଉଦୁଘାଟନ କରିଥିଲେ । ଗ୍ରୀଷ୍ମପ୍ରବାହ ଯୋଗୁଁ ଥାଲାସେମିଆ ଓ କର୍କଟ ରୋଗୀମାନଙ୍କ ରକ୍ତ ଅଭାବ ଦୂର କରିବାକୁ ଏ ପ୍ରୟାସ କରାଯାଇଥିଲା। ବିଭିନ୍ନ ବର୍ଗର ଲୋକେ ରକ୍ତଦାନ କରିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ହେଲପିଂ ଉଇଙ୍ଗର ସତ୍ୟଜିତ ସାହୁ, ଅମର କୁମାର ପାତ୍ର, ପ୍ରଦୀପ ପଣ୍ଡା, ଅନନ୍ତ ଚରଣ ସାହୁ, ଅରବିନ୍ଦ ସାହୁ, ସେହିପରି ଜୟ ମହାକାଳ ଫାଉଣ୍ଡେସନର ମନୋଜ କୁମାର ଦାସ, ପ୍ରତାପ କେଶରୀ ମହାପାତ୍ର, ସୁବାସିନୀ ସାହୁ,ପ୍ରଣତି ଦାସ,ଶ୍ରଦ୍ଧାଞ୍ଜଳି ସାହୁ, ଅତସିନୀ ସାହୁ, ତନୁଶ୍ରୀ ସାହୁ, ତ୍ରିଲୋଚନ ଜେନା, ଅଭିଷେକ ସାହୁ,ଦେବବ୍ରତ ମାଝୀ, ଅଲିଭାରାଣୀ ଧୀର,ରାକ୍ଷୀରାଣୀ ତରାଇ,ସରୋଜ ପ୍ରଧାନ,ସୁନୀଲ କୁମାର ଜେନା,ରାଜେନ୍ଦ୍ର ସାହୁ,ରମେଶ ସେନାପତି,ସୋମନାଥ ଦାସ,ଭରତ ଚନ୍ଦ୍ର ସାହୁ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଗାମୀ ଦିନରେ ସମାଜର ହିତ ପାଇଁ ଏମିତି ଆହୁରି ଅନେକ କାର୍ଯ୍ୟ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment