ଜଙ୍ଗଲ ସୁରକ୍ଷା ଉପରେ ପ୍ରଥପ୍ରାନ୍ତ ନାଟକ ଜରିଆରେ ସଚେତନତା କରାଇଲେ ଆଦର୍ଶ ଶିକ୍ଷକ ସଦାଶିବ ପାଢ଼ୀ ।

ସାନଖେମୁଣ୍ଡି,୧୭/୦୩(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଞ୍ଚାୟତ ସମିତି ଅଧିନସ୍ତ ରାଜନାପଲ୍ଲୀ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସଦାଶିବ ପାଢ଼ୀ ନିଜ ବିଦ୍ୟାଳୟ ଏବଂ ଆଖପାଖ ବିଦ୍ୟାଳୟରେ ଜଙ୍ଗଲରେ ଜଳୁଥିବା ନିଆଁକୁ ଲିଭାଇବା,ଜଙ୍ଗଲରେ ନିଆଁ ନ ଲଗାଇବା,ଜୀବଜନ୍ତୁ ମାନଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରଥପ୍ରାନ୍ତ ନାଟକ ଜରିଆରେ ସଚେତନତା କରୁଛନ୍ତି । ସେଇଥି ଲାଗି ସେ ଆଜି ସମସ୍ତଙ୍କ ନିକଟରେ ପ୍ରିୟ ଶିକ୍ଷକ ହୋଇ ପାରିଛନ୍ତି । ପ୍ରକାଶ ଥାଉକି ସେ ପୂର୍ବେ ମଶାଣି ସଫାକରିବା,ପରିବେଶ ସଫାକରିବା,ସବୁବେଳେ ସବୁଠି ଗଛ ଲଗାଇବା,ପିଲାଙ୍କୁ ନାଚଗୀତ ମାଧ୍ୟମରେ ଉଚିତ ଶିକ୍ଷା ପ୍ରଦାନ କରିବା, କରୋନା ସମୟରେ ଅନ୍ତେବାସୀଙ୍କୁ ସଚେତନତା କରିବା ସହ ଘର ଘର ବୁଲି ରିକ୍ସା ନିଜେ ଚଲାଇ ସରକାରଙ୍କ ମାଗଣା ପୁସ୍ତକ ବଣ୍ଟନ କରି ଜିଲ୍ଲାପାଳଙ୍କ ଠାରୁ ପ୍ରଂଶସା ମଧ୍ୟ ପାଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲର ଉପକାରିତା ସମ୍ପର୍କରେ ଲୋକ ମାନଙ୍କୁ ବୁଝାଇଥିଲେ ଶ୍ରୀ ପାଢ଼ୀ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment