ବୋଲଗଡ଼,୦୮/୦୪(ପିପିଟି): ଖୋର୍ଦ୍ଧା ବନାଞ୍ଚଳ ଅଧିନସ୍ଥ ବୋଲଗଡ଼ ସେକ୍ସନର ପାଟବନ୍ଧ ବିଟ୍ ତରଫରୁ ଜଙ୍ଗଲ ଓ ପରିବେଶ କିପରି ସୁରକ୍ଷା କରା ଯାଇପାରିବ ତତସହିତ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରିବା ପାଇଁ ସୁଦୂର ବାଲେଶ୍ୱରର କଳାକାର ମାନେ ଆସି ତାଙ୍କର କଳା ମାଧ୍ୟମରେ ପାଟବନ୍ଧ ଓ କୃଷ୍ନପୁରୁ ଗ୍ରାମ ରେ ସଚେତନ ବାର୍ତ୍ତା ପ୍ରଦାନ କଲେ। ଏଥିରେ ବୋଲଗଡ଼ ବନପାଳ ପ୍ରଦୀପ କୁମାର ପଟ୍ଟନାୟକ ଓ ବନରକ୍ଷୀ ମମତାରାଣୀ ସାହୁଙ୍କ ସହ ଅନ୍ୟାନ୍ୟ ବନ କର୍ମଚାରି ଓ ଗ୍ରାମବାସୀ ଯୋଗଦାନ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)