ଜଙ୍ଗଲ ନିଆଁର ନିୟନ୍ତ୍ରଣ ପାଇଁ ବନ ସଂରକ୍ଷଣ ସମିତିର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ।

ବେଲଗୁଣ୍ଠା,୧୮/୦୩(ପିପିଟି);ବର୍ତ୍ତମାନ ଶିମିଳିପାଳ ଠାରୁ ଆରମ୍ଭ କରି ରାଜ୍ୟର ଛୋଟବଡ଼ ବହୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିବେଶ ପାଇଁ ମାରାତ୍ମକ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜଙ୍ଗଲ ବିଭାଗଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ନାକେଦମ୍ ହୋଇସାରିଲେଣି । ଏପରି ପରିସ୍ଥିତିରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବନ ସଂରକ୍ଷଣ ସମିତି ଗୁଡିକର ଦାୟିତ୍ୱ ବଢ଼ିଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ସକାଳ ନଅ ଘଣ୍ଟା ସମୟଠାରେ କେନ୍ଦ୍ରୀୟ ବନାଞ୍ଚଳ ଅଧିନସ୍ଥ ଆଠଗୋଟି ବନ ସୁରକ୍ଷା ସମିତି ତଥା ମାଳତୀ, ଗୋପନଗର, ବିଞ୍ଝଗିରି, କୁମୁଣ୍ଡି , ପର୍ଶୁଲୁଣ୍ଡା,ମଠସାହି, ଦୁମୁଦୁମି, ସୁନାପଲ୍ଲୀ ବଂଜର ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟସଦସ୍ୟାଙ୍କୁ ନେଇ ଆଠଗୋଟି ଗ୍ରୁପ ମାଧ୍ୟମରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସମ୍ପର୍କରେ ଏକ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନ କର୍ମଚାରୀ, ପ୍ରକଳ୍ପ କର୍ମଚାରୀ,ଡ଼ିଭିଜନ କାର୍ଯ୍ୟାଳୟରୁ ଆସିଥିବା ଶାନ୍ତନୁ ସାହୁ, କାହ୍ନୁ ସାହୁ,ଏଫ୍.ଏମ୍.ୟୁ କୋର୍ଡିନେଟର ସନ୍ତୋଷ ଡାକୁଆ, ପ୍ରଶାନ୍ତ ସାହୁ, ଜିତୁ ମଲ୍ଲିକ,ବନରକ୍ଷୀ ବିଜ୍ଞାନୀ ବେହେରାଙ୍କ ସମେତ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀ କୈଳାଶ ଦାସ ଓ ବିଶ୍ବଜିତ ବେହରା ପ୍ରମୁଖଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ମାଧ୍ୟମରେ ସମ୍ପାଦିତ ହୋଇଥିଲା I

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment