ଜଙ୍ଗଲ ନିଆଁରୁ ରକ୍ଷା ପାଇଁ ସଚେତନତା ଶିବିର ।

ଜଙ୍ଗଲ ନିଆଁରୁ ରକ୍ଷା ପାଇଁ ସଚେତନତା ଶିବିର ।

ମାଲକାନଗିରି,୦୧/୦୨(ପିପିଟି) :ମାଲକାନଗିରି ବନାଞ୍ଚଳ ପରିସରରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା,ଉପବନାଞ୍ଚଳ ଅଧିକାରୀ ବାଣୀଶ୍ରୀ ମନୋସ୍ବୀନି ଦେବୀ, ଅଗ୍ନିଶମ ଅଧିକାରୀ ସୁନୀଲ ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ସଭାପତିତ୍ବ କରିଥିଲେ। ଆଗକୁ ଗ୍ରୀଷ୍ମ ଋତୁ ଆସି ଲେ ବିଶେଷ କରି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ବୃକ୍ଷ ଲତା ଧ୍ବଂସ ହୋଇଥାଏ।ତତ୍ ସହିତ ବନ୍ୟପ୍ରାଣୀମାନେ ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ବିପଦ ସମ୍ମୁଖୀନ ହୁଅନ୍ତି। ଏବଂ ପ୍ରାଣ ବିକଳରେ ଜନବସତି ଆଡ଼କୁ ମାଡି ଆସି ହିଂସ୍ର ପଶୁ ଏବଂ ମନୁଷ୍ୟ ମଧ୍ୟରେ ଆକ୍ରମଣ ଓ ପ୍ରତିଆକର୍ମଣ ସ୍ଵରୁପ ରକ୍ତା ସଂଘର୍ଷ ହୋଇଥାଏ। ଏଣୁ ଏହି ଜଙ୍ଗଲ ନିଆଁ କୁ କିପରି ନିର୍ବାପିତ କରାଯିବ ଆଲୋଚନା କରାଯାଇଥିବା ବେଳେ ବେଣ୍ଟ ଶିକାରକୁ କିପରି ବନ୍ଦ କରାଯାଇ ପାରିବ ସଚେତନ କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ,ବନ ସୁରକ୍ଷା ସମିତି , ସମସ୍ତ ବନ କର୍ମଚାରୀ,ପାରା ଷ୍ଟାଫ୍, ଫାୟାର ସ୍କୁଆର୍ଡ, ୱାଇଲ୍ଡ ଲାଇଫ୍ ସ୍କୁଆର୍ଡ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment