ଜଙ୍ଗଲ ଓ ପରିବେଶ ବିଭାଗର ପଥପ୍ରାନ୍ତ ନାଟକ ଦ୍ଵାରା ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ।

ବୋଲଗଡ଼,୦୭/୧୨(ପିପିଟି):ବୋଲଗଡ଼ ବ୍ଲକ୍ ଫାସୀଓଦା ପଞ୍ଚାୟତ କୋଟପଲ୍ଲl ଗ୍ରାମ ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଦ୍ଵାରା ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବୋଲଗଡ଼ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ବନ ରଖି ଅରୂପ କୁମାର ବେହେରା ,ନେପାଳ ଲେଙ୍କା ,ମାନସ ବୈରୀଗଞ୍ଜନ,ସନ୍ତୋଷ ମାର୍ଥା ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କୁ ଜଙ୍ଗଲରେ ନିଆଁ ନିବାରଣ ପାଇଁ ସଚେତନତା କରିଥିଲେ ।ଭୁବନେଶ୍ୱର କଳାକାର ମାନଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା ।ସେହିପରି ଖଙ୍ଗୁରିଆ ପଞ୍ଚାୟତର ହରିପୁର ଗ୍ରାମରେ ମଧ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବାନପାଳ ଜଙ୍ଗଲ ଓ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟିହେଲେ କିଭଳି ଜନସାଧାରଣଙ୍କ ଉପକୃତ ହେବେ ସେନେଇ ଲୋକମାନଙ୍କୁ ବୁଝାଇ କହିଥିଲେ।ଏହିଭଳି କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମର ଜନ ସାଧାରଣ ମାନଙ୍କ ପାଖରେ ସଚେତନତା କରାଯିବା ପାଇଁ ବନପାଳ ଶ୍ରୀ ପଟ୍ଟନାୟକ କହିଥିଲେ। ବୋଲଗଡ ବନ ବିଭାଗ ପକ୍ଷରୁ ଏହି ଭଳି ସଚେତନତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment