ଜଙ୍ଗଲ ଓ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଜୋରଦାର ବିରୋଧ ।

ରାୟଗଡା,୦୪/୧୦(ପିପିଟି); ଭିଟାମାଟି ନ ଛାଡିବା ଜିଦରେ ଡଙ୍ଗରିଆ।ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅଧିନ ଆରିସାକାନି ଠାରେ ପ୍ରସ୍ତାବିତ ପର୍ଯ୍ୟଟନକେନ୍ଦ୍ରକୁ ବିରୋଧକରି ଭିଟାମାଟି ନ ଛାଡିବାକୁ ଚରମନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଡଙ୍ଗରିଆ ଆଦିବାସୀ। ଏହାକୁ ବିରୋଧକରି ୨୨ ଖଣ୍ଡ ଗ୍ରାମବାସୀ ଏକଜୁଟ ହୋଇ ବୈଠକ ବସିଥିଲା।ଆଦିବାସୀ ନେତା ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏଠାରେ ପର୍ଯ୍ୟଟନକେନ୍ଦ୍ର ହେଲେ ଡଙ୍ଗରିଆଙ୍କ ଜୀବନଜୀବିକା ପ୍ରଭାବିତ ହେବ।ଆଗରୁ ଡଙ୍ଗରିଆଙ୍କ ନିମନ୍ତେ ବଜାରପ୍ରାଙ୍ଗଣ ନିର୍ମାଣ କରାଯାଇଥିଲା ମାତ୍ର ତାହା ବିଭିନ୍ନ ବ୍ୟକ୍ତି ନିଜ ଅକ୍ତିଆରରେ ରଖିଛନ୍ତି । ସେହିପରି ଚାଟିକୋଣାଠାରେ ସପୁରୀ,କମଳା,ପିଜୁଳୀ ନିମନ୍ତେ ଜୁସ କାରଖାନା ନିର୍ମାଣ କରାଯାଇଥିଲା, ବର୍ତ୍ତମାନ ତାର ଅସ୍ତିତ୍ବ ନାହିଁ ।ସରକାରଙ୍କ କଥା କେବଳ ଧୁଆଁବାଣ,ଏଣୁ କୌଣସି ମତେ ଭିଟାମାଟି ନ ଛାଡିବାକୁ ସେମାନେ ଚରମ ନିଷ୍ପତ୍ତି ସହିତ ପ୍ରାଣଗଲେ ମଧ୍ୟ ମାଟି ନ ଛାଡିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ଆଜିର ବୈଠକରେ ଆଦିବାସୀ ନେତା ଲଦକ ପୁସିକା ନେତୃତ୍ୱ ନେଇଥିବା ବେଳେ ଦ୍ରିୟ କାଡ୍ରାକା ସଭାପତିତ୍ୱ କରିଥିଲେ ।ରାୟଗଡା ଜିଲ୍ଲା ବହୁଜନ ସମାଜ ପାର୍ଟି ସଭାପତି ଜିତୁ ଜାକାଶିକା ମୁଖ୍ୟ ବକ୍ତା ଥିଲେ । ଏହି ବିଷୟରେ ରାୟଗଡା ଡିଏଫଓ ଅଶ୍ୱିନୀ କୁମାର କର କହିଛନ୍ତି ଯେ, ଗତ ତା-୨୪/୦୯/୨୦ ରେ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଛି ଯେ ବିବାଦୀୟ ଜାଗାରେ ପର୍ଯ୍ୟଟନ କେନ୍ଦ୍ର ହେବନାହିଁ। ଯଦି ସହମତିରେ ସମାଧାନ ହେଲେ କାମକୁ ଆଗେଇନେବୁ। ଶେଷରେ କୁର୍ଲି ପଞ୍ଚାୟତ ସରପଞ୍ଚ ଡିନଜୋ ଜାକାଶିକା ଧନ୍ୟବାଦ ଅର୍ପଣ ସହିତ କହିଛନ୍ତି ଯେ ପୁସିକା, ଜାକାଶିକା, ହୁଈକା,କାଡ୍ରାକା ଓ ନିସିକା ଡଙ୍ଗରିଆ ଭାଇ ଭଉଣୀ ଏକଜୁଟ ହେଲେ ଆମକୁ କେହି,ଏହି ଜାଗାରୁ ଇଞ୍ଚେ ମଧ୍ଯ ନେଇପାରିବେ ନାହିଁ। (ରିପୋର୍ଟ – ନବୀନ ନାୟକ ବେହେରା ।)

Comments (0)
Add Comment