ଜଙ୍ଗଲରୁ ୪୦୦ କଲୋ ଗଞ୍ଜେଇ ଜବତ ।

ଜଙ୍ଗଲରୁ ୪୦୦ କଲୋ ଗଞ୍ଜେଇ ଜବତ ।

ମାଲକାନଗିରି , ୦୫/୦୬(ପିପିଟି) ଅବକାରୀ କର୍ମଚାରୀମାନେ ସେରିଲିମେଟା ଜଙ୍ଗଲ ରୁ ୪୦୦ କିଲୋ ଗଞ୍ଜେଇ ବେଆଇନ ଭାବେ ଗଛିତ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଜବତ କରିଛି।
ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଶେଷ କୁମାର ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍, ପେପର ମେଟଲା ଥାନା ଅନ୍ତର୍ଗତ ସେରଲିମେଟା ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।
ସୂଚନା ରୁ ଜଣାପଡିଛି କି ସେରଲିମେଟା ଗ୍ରାମ ର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଇଆଇନ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବା ପାଇଁ ଗଚ୍ଛିତ ଥିବା ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରିରେ ଏକ ଦାବି ବିହିନ ଏନଡିପିଏସ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା, ରବୀନ୍ଦ୍ର କୁମାର ପ୍ରଧାନ, ଏଏସଆଇ ଜେମେସ ମାଲଖୋମ ସାହୁ, ପ୍ରଦୀପ କୁମାର ନାୟକ, ରାମ ଚନ୍ଦ୍ର ହନ୍ତାଳ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ, ଜ୍ଞାନ ରଞ୍ଜନ ସାହୁ, ପାଣ୍ଡବ ଟୁଡୁ, ବିପୁଳ ଶେଖର ଯୋଦ୍ଦର୍, ଜୁଲି ସା, ଆନନ୍ଦ ପ୍ରଧାନ, ମୁରଲୀ ରଜକ, ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment