ଭଞ୍ଜନଗର,୨୬/୧୧(ପିପିଟି);ଅଖିଳ ଭାରତ କିଷାନ ମଜଦୂର ସଭା (ଏଆଇକେଏମଏସ)ର ଜଗନ୍ନାଥ ପ୍ରସାଦ ବ୍ଲକ କମିଟି ପକ୍ଷରୁ କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ସମନ୍ଵୟ ମଞ୍ଚର ଡ଼ାକରାକ୍ରମେ ଆଜି ଗାୟାଗଣ୍ଡା ଓ ଜାଡଧାର ଠାରେ ଧର୍ମଘଟ ଆୟୋଜିତ ହୋଇଥିଲା । କୃଷି ଓ କୃଷକ ବିରୋଧୀ ତିନି କୄଷି ଆଇନ ଯଥା ଠିକା ଚାଷ ଆଇନ, ମଣ୍ଡୀ ଆଇନ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ଆଇନର ପ୍ରତ୍ୟାହାର, ପ୍ରସ୍ତାବିତ ବିଦ୍ୟୁତ ବିଲ ୨୦୨୦ର ବାତିଲ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଶ୍ରମିକ ଯୁବ ଛାତ୍ର ବିରୋଧୀ ନୀତିର ପ୍ରତିବାଦ କରାଯାଇଥିଲା । ଗୋବର୍ଧନ ମଳିକଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ମହିଳାଙ୍କ ସମେତ କୃଷକ ଓ ଶ୍ରମିକମାନେ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )