ଜଗନ୍ନାଥ ପ୍ରସାଦଠାରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ।

ଛତ୍ରପୁର,୧୧/୦୫(ପିପିଟି):ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନଶଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା,ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଉପସ୍ଥିତ ରହି ମିଳିତ ଜନଶୁଣାଣୀ କରିଥିଲେ ।

 

ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୩୫ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ଯରୁ ୧୪ଟି ସାମୁହିକ ଓ ଅବଶିଷ୍ଟ ୧୧୯ଟି ବ୍ଯକ୍ତିଗତ ଅଭିଯୋଗ ରହିଥିଲା । ରେଡକ୍ରସ୍ ପାଣ୍ଠିରୁ ୨ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

 

ଜନଶୁଣାଣି ଶିବିରରେ ମୁଖ୍ଯତଃ ମଧୁବାବୁ ପେନସନ୍, ପ୍ରଧାନ ମନ୍ତ୍ରୀ ଆବାସ ଓ ଅନ୍ତ୍ଯୋଦୟ ଗୃହ ଯୋଜନା, ରାସନ୍ କାର୍ଡ,ଜମିଜମା,ଶିକ୍ଷା,ସ୍ବାସ୍ଥ୍ଯ, ଚିକିତ୍ସା ଆଦିର ଦରଖାସ୍ତ ହସ୍ତଗତ ହୋଇଥିଲା । ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Comments (0)
Add Comment