ମାଲକାନଗିରି,୨୩/୦୫(ପିପିଟି): ଆଜି ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟକୁ ଜେଏମସି ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ ଦ୍ବାରା ୨ଟି ପ୍ରୋଜେକ୍ଟର ଏବଂ ୨ଟି ହ୍ବାଇ ବୋର୍ଡ ପିରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଚ୍ଚ ବିଦ୍ଯାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ମୁଖ୍ଯ ଅତିଥି ରୂପେ ଜେଏମସି ପ୍ରୋଜେକ୍ଟ ନିର୍ଦ୍ଦେଶକ ସୋମେଶ ଶର୍ମା,ସମ୍ମାନିତ ଅତିଥି ରୂପେ ଜେଏମସି ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ, ମୁଖ୍ଯ ବକ୍ତା ରୂପେ ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ,ବିଦ୍ଯାଳୟର ଏସଏମସି ସଭାପତି ଅବିନେଶ ମଣ୍ଡଳ, ପୂର୍ବତନ ସଭାପତି,ସୁବାସ ଚନ୍ଦ୍ର ମିସ୍ତ୍ରୀ ,ବିଜୟ ବିଶ୍ବାସ, ସାମ୍ବାଦିକ ରତ୍ନାକର ଦାଶ, ଏସଏମସି ସଦସ୍ଯ ନରେନ୍ ବିଶ୍ବାସ,ବିକାଶ ବୈରାଗୀ ,ପୂର୍ବତନ ସରପଞ୍ଚ ଉଙ୍ଗ ମାଡକାମୀ ପ୍ରମୁଖ ମଞ୍ଚାସୀନ ଥିଲା ବେଳେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏ ଈଶ୍ବର ରାଓ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ଯ ଅତିଥି ସୋମେଶ ଶର୍ମା କହିଲେ ଯେ,ଭଲ ପାଠ ପଢି ଭଲ ମଣିଷ ହେବା ଆବଶ୍ଯକ । ଶିକ୍ଷା ହିଁ ବିକାଶର ଭିତ୍ତି ଭୂମି ଅଟେ । ମୁଖ୍ଯ ବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ,ଆଜି କାଲି ନୈତିକ ଶିକ୍ଷାର ଅଧୋପତ୍ତନ ଘଟିଛି,ଏଣୁ ନୈତିକ ଶିକ୍ଷା ଦ୍ବାରା ସମାଜରେ ସଂସ୍କାର ଆସି ପାରିବ । ଏହା ବ୍ଯତୀତ ତତ୍କାଳିନ ସମାଜରେ ଶିକ୍ଷା ପାଇଁ ରାଜା,ଜମିଦାରମାନଙ୍କ ଅବଦାନ ରହିଲା ପରି ଏବେ ମଧ୍ଯ କିଛି ବଦାନ୍ଯ ବ୍ଯକ୍ତିଙ୍କ ଶିକ୍ଷାର ଉନ୍ନତି ଲାଗି ଆର୍ଥିକ ସହାୟତା ରହିଛି ।ତନ୍ମଧ୍ଯରୁ ଜେଏମସିର ସହଯୋଗ ପ୍ରଶଂସନୀୟ ବୋଲି ଶ୍ରୀ ନାୟକ ମତବ୍ଯକ୍ତ କରିଥିଲେ । ଏହି ଅବକାଶରେ ଜଗନ୍ନାଥ ଉଚ୍ଚ ବିଦ୍ଯାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିବା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଶଣ କରିଥିଲେ ।ଶେଷକେ ପ୍ରଧାନ ଶିକ୍ଷକ ଶ୍ରୀ ରାଓ ଧନ୍ଯାବ ଅର୍ପଣ କରିଥିଲେ । ଏହି କାର୍ଯ୍ଯକ୍ରମରେ ବିଦ୍ଯାଳୟର ଶିକ୍ଷକ,ଛାତ୍ରଛାତ୍ରୀମାନେ ସହଯୋଗ କରୁଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)