ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ନୂଆଦିଲ୍ଲୀ,୦୬/୦୮: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା ।ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ନିର୍ବାଚନରେ ଧନଖଡ଼ ୫୨୮ଟି ଭୋଟ ପାଇଥିବାବେଳେ ଆଲଭା ୧୮୨ଟି ଭୋଟ ପାଇଥିଲେ । ୧୫ଟି ଭୋଟ ନାକଚ ହୋଇଯାଇଥିଲା ।

Comments (0)
Add Comment