ଜଗତସିଂହପୁର,୨୨/୦୪(ପିପିଟି); ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୭ତମ ଜୋନ୍ ସମ୍ମିଳନୀ ଉଗାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ତଥା ସିପିଆଇ କଣ୍ଟ୍ରୋଲ କମିଶନର ଶଶୀଭୂଷଣ ସ୍ବାଇଁ ଯୋଗ ଦେଇ ଲାଲ ପତାକା ଉତ୍ତୋଳନ କରିଵା ସହ ଉଦବୋଧନ ଦେଇଥିଲେ । ସମବେତ ସାଥୀ ମାନଙ୍କ ସହ ମୁଖ୍ୟ ଅତିଥି ଦଳ ତରଫରୁ ସ୍ଥାପନା କରାଯାଇଥିଵା ଶହୀଦ ବେଦୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଏଆଇଟିୟୁସି ଜିଲ୍ଲା ସଂପାଦକ ସୁବାସ ମହାପାତ୍ର,ଏଆଇକେଏସ ଜିଲ୍ଲା ସଭାପତି ଶ୍ରୀନିବାସ ଜୁଝିଆର ସିଂ, ସିପିଆଇ କୁଜଙ୍ଗ ଜୋନ ସଂପାଦକ ଜିନ୍ମୟୀ ସାହାଣୀ, ବାଲିତୁଠ ଜୋନ ସଂପାଦକ ରାମଚନ୍ଦ୍ର ମୁଦୁଲି, ସିପିଆଇ ଜଗତସିଂହପୁର ଜିଲ୍ଲା ସଂପାଦକ ଅଭିଜିତ ସାହୁ,ଏଆଇକେଏସ ଜଗତସିଂହପୁର ଜୋନ ସଭାପତି ନାରାୟଣ ଦାସ, ଜଗତସିଂହପୁର ଜିଲ୍ଲା ଅଖିଳ ଭାରତ ଯୁବ ସଂଘ ଆବାହକ ରୋଜାଲିନ ଦାଶ,ଯୁବ ନେତା ମନୋରଞ୍ଜନ ବିଶ୍ଵାଳ ଓ ଅଜୟ ବେହେରା ପ୍ରମୁଖଙ୍କୁ ଜଗତସିଂହପୁର ଜୋନ ସଂପାଦକ ସତ୍ୟ ରଂଜନ ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ମଞ୍ଚାସୀନ ହେବାକୁ ନିବେଦନ କରିଥିଲେ । ମନୋରଞ୍ଜନ ବିଶ୍ଵାଳଙ୍କ ଦ୍ଵାରା ସଭା ପରିଚାଳନା କରିଯିବା ସହ ଦିବଙ୍ଗତ ସାଥିମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟକୁ ସାକାର କରିବା ସହ ଚାଷୀ ,ମୂଲିଆ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବାକୁ ନିବେଦନ କରିଥିଲେ । ସମସ୍ୟା ସମାଧାନ ନହେଲେ ଦଳ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଯିଵ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )