ତିର୍ତ୍ତୋଲ,୦୭/୦୫(ପିପିଟି) :ଜଗତସିଂହପୁର ଲୋକସଭା କ୍ଷେତ୍ର ନିମନ୍ତେ ବିଜେଡି ପ୍ରାର୍ଥୀନୀ ପୂର୍ବତନ ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ ଭୋଇ ନାମାଙ୍କନ ପତ୍ର ଭରିଛନ୍ତି । ଝଙ୍କଡ଼ ସ୍ଥିତ ମା ଶାରଳାଙ୍କୁ ପୂଜାର୍ଚ୍ଚନା କରିଵା ପରେ ଡ.ରାଜଶ୍ରୀ ମଲ୍ଲିକ ପୂର୍ବତନ ରାଜନେତା ସ୍ଵର୍ଗତ଼ଃ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମାରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ଡ. ରମାକାନ୍ତ ଭୋଇଙ୍କ ସହ ବାଜା ଵାଣ ରୋଷଣୀ କରି ତିର୍ତ୍ତୋଲ ବ୍ଲକ ବିଜେଡି ସମର୍ଥକଙ୍କ ଗହଣରେ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଜଇପୁର ଛକରେ ପୂର୍ବରୁ ଅପେକ୍ଷାରତ ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଜେଡି ସମର୍ଥକମାନଙ୍କ ସହିତ ଏକାଠି ହୋଇଥିଲେ । ସେଠାରୁ ପ୍ରାୟ ପନ୍ଦର ହଜାର ସମର୍ଥକଙ୍କ ସହ ଜଗତସିଂହପୁର ସଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେଡ଼ି ସଭାପତିଙ୍କ ସହ ଏହି ତିନୋଟି ବ୍ଲକ ବିଜେଡି ସଭାପତି, ଛାତ୍ର ତଥା ଯୁବ ମହିଳା ବିଜେଡି ସଭାପତି,ବ୍ଲକ ଅଧ୍ୟକ୍ଷ,ଵ୍ଲକ ଉପାଧ୍ୟକ୍ଷ,ସମିତି ସଭ୍ୟ ସଭ୍ଯା, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ଯା ଯୋଗ ଦେଇଥିଲେ ।
(ରିପୋର୍ଟ: ସୁକାନ୍ତ କୁମାର ମହାନ୍ତି।)