ଜଗତସିଂହପୁର ନଗର କଂଗ୍ରେସ ତରଫରୁ ରାହୁଲଗାନ୍ଧୀଙ୍କ ଜନ୍ମ ଦିବସ ପାଳନ ।

ଜଗତସିଂହପୁର,୧୯/୦୬(ପିପିଟି), ସର୍ବଭାରତୀୟ ଜାତୀୟକଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଜଗତସିଂହପୁର ନଗରକଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ତାଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖୀ ନିରାଡ଼ମ୍ବର ଭାବରେ ପୌରପରିଷଦ ଅନ୍ତର୍ଗତ ୨ନମ୍ବର ୱାର୍ଡର ଆଦିବାସି ବସ୍ତିରେ ଶୁଖିଲା ଖାଦ୍ୟ , ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ,ପୂର୍ବତନ ପାରିଷଦ ନିରଞ୍ଜନ ସେଠି, ରବି ଦାସ , ସଂଜୀବ ସ୍ବାଇଁ, ନିରଞ୍ଜନ ମହାପାତ୍ର, ଅମୀନୁସ ସାଜିଉଦିନ, ଡ଼:ଜଗଦାନନ୍ଦ ବେହେରା, ଦାଶରଥି ସ୍ବାଇଁ,ରୁଦ୍ର ବାରିକ, ଆଶିଷ ଗୋଛାୟାତ,ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।
(ରିପୋର୍ଟ ପ୍ରତାପ କୁମାର ସିଂହ)

Comments (0)
Add Comment