ଜଗତସିଂହପୁର,୨୩/୦୪(ପିପିଟି); ବର୍ତ୍ତମାନ କରୋନା ଭୁତାଣୁ ଦ୍ଵିତୀୟ ପର୍ଯ୍ୟାୟ ଭୟାବହ ସଂକ୍ରମନକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ବିଜେପି ତରଫରୁ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଏକ ଦାବିପତ୍ର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ଦାବି ଗୁଡିକ ମଧ୍ୟରେ ଜିଲ୍ଲାକୁ ଆସୁଥିବା ପ୍ରବାସୀମାନଙ୍କର କରୋନା ଟେଷ୍ଟ କରାଯାଇ ସେଥିରୁ ବାହାରିଥିବା ଆଂକ୍ରାନ୍ତମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉ , ଡାକ୍ତରଖାନାମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ସିଲିଣ୍ଡର ଓ ଶଯ୍ଯା ବ୍ୟବସ୍ଥା କରାଯାଉ , ମାକ୍ସ ,ସାନିଟାଇଜର ଓ କୋଭିଡ ଟୀକା ବିଷୟରେ ଜନସାଧାରଣମାନଙ୍କୁ ମାଇକ ମାଧ୍ୟମରେ ସଚେତନ କରାଯାଉ ଓ ଜିଲ୍ଲାରେ ଥିବା ଏନ.ଜି.ଓ ମାନଙ୍କୁ ଏହି କରୋନା ନିରାକରଣ କାର୍ଯ୍ୟବ ସଚେତନତା କାର୍ଯ୍ୟରେ ନିୟୋଜିତ କରାଯାଉ । ଜିଲ୍ଲା ବିଜେପି କମିଟି ତରଫରୁ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଉପସଭାପତି ସୌଭାଗ୍ୟ ମହାନ୍ତି ,ପୂର୍ବତନ ପାରାଦୀପ ବିଧାନ ସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁ ,ରାଜକିଶୋର ବେହେରା ଓ ଗଣେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଦାବିପତ୍ର ଦେଲାବେଳେ ଉପସ୍ଥିତ ଥିଲେ ।
(ରିପୋର୍ଟ- ପ୍ରତାପ କୁମାର ସିଂହ)