ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚକାଜାମ ଆନ୍ଦୋଳନ।

ଜଗତସିଂହପୁର,୦୬/୦୨(ପିପିଟି); କେନ୍ଦ୍ର ସରକାରଙ୍କ ତିନି‌ କୃଷକ ବିରୋଧୀ କଳା ଆଇନ , ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ୭୩ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ମାନଙ୍କ ବିରୋଧ ପ୍ରଦର୍ଶନକୁ ବଦନାମ କରିବା, ଆନ୍ଦୋଳନରତ କୃଷକଙ୍କୁ ଖାଦ୍ୟ ଓ ଜଳଯୋଗାଣ ବନ୍ଦ କରିବା , ଆନ୍ଦୋଳନସ୍ଥଳୀ ଚତୁଃପାର୍ଶ୍ଵରେ ତାରବାଡ ଦେବା,ଲୁହାକଣ୍ଟା ବିଛାଇବା, ରାସ୍ତା ରେ ଟ୍ରେଞ୍ଚ୍ ଖୋଲି ରାସ୍ତା ବନ୍ଦ କରିବା ଇତ୍ୟାଦି କାର୍ଯ୍ୟ କଳାପକୁ ଦେଶ ବିଦେଶରେ ନିନ୍ଦା କରାଯାଉଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଆହ୍ଵାନରେ ଦିଵା ୧୨ ଘଟିକା ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଆଜିର ଦେଶବ୍ଯାପୀ ଆନ୍ଦୋଳନ ଓ ଚକାଜାମ୍ କୁ ସମର୍ଥନ ଜଣାଇ ଜଗତସିଂହପୁର,ବିରିଡ଼ି, କୁଜଙ୍ଗ,ଏରସମା ଠାରେ ଏଆଇକେଏସ୍, ଏଆଇକେକେଏମଏସ,ଏଆଇଟିୟୁସି, ଏଆଇଓ୍ଵାଇଏଫ୍, ଏଆଇଏସ୍ଏଫ୍ ପରି କୃଷକ ,ଶ୍ରମିକ , ଛାତ୍ର ଏବଂ ଯୁବ ସଂଗଠନର ସଦସ୍ୟ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଜଗତସିଂହପୁର ରେ ଲୋଭାକାନ୍ତ ସ୍ଵାଇଁ, ନାରାୟଣ ପଲେଇ, ସତ୍ୟରଂଜନ ମହାନ୍ତି, ସୋମନାଥ ଗିରି, ରୋଜାଲିନ ଦାଶ, ସୁବାସ ସ୍ଵାଇଁ, ପ୍ରଦୀପ୍ତ ରାମ ବିରୋଧ ପ୍ରଦର୍ଶନର ନେତୃତ୍ବ ନେଇଥିଲେ । ବିରିଡ଼ି ରେ ବିଜୟ ଭୋଇ, ନାରାୟଣ ଭୋଳ ନେତୃତ୍ବ ନେଇଥିଲେ । ଏରସମାରେ ଶଶୀଭୂଷଣ ସ୍ବାଇଁ, ଅଭିଜିତ ସାହୁ, ଦେବାଶିଷ ପରିଜା ନେତୃତ୍ବ ନେଇଥିବା ବେଳେ କୁଜଙ୍ଗ ରେ ସୁବାସ ମହାପାତ୍ର,ଅଜୟ ବେହେରା,ଜିନ୍ମୟୀ ସାହାଣୀଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରାଯାଇଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Comments (0)
Add Comment