ଜଗତସିଂହପୁର ଜିଲ୍ଲାରେ ଫ୍ରଣ୍ଟଲାଇନ ୱାର୍କରମାନଙ୍କ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଜଗତସିଂହପୁର,୦୬/୦୨(ପିପିଟି);ଆଜି ଜଗତସିଂହପୁରରେ ଫ୍ରଣ୍ଟଲାଇନ କୋଭିଡ ୱାର୍କରମାନଙ୍କୁ ତିନିଗୋଟି ସେସନରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ,ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁ କୋଭିଡ-୧୯ ଟୀକାକରଣ ଶୁଭାରମ୍ଭ କରିଥିଲେ।ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କୋଭିଡ୍ ଟୀକା ନେଇଥିଲେ ଓ ପରେ ପରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଜଗତସିଂହପୁର ପୋଲିସ ଷ୍ଟେସନଠାରେ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଶୁଭାରମ୍ବ କରି କୋଭିଡ ଟୀକା ଗ୍ରହଣ କରିଥିଲେ। ସେହିପରି ତୃତୀୟ ସେସନ ସାଇଟ ପାରାଦୀପ ପୋର୍ଟ ହସ୍ପିଟାଲଠାରେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ କାଁହୁ ଚରଣ ଧୀର କୋଭିଡ ଟୀକାକରଣ କାର୍ଯ୍ୟର ଶୁଭାରମ୍ବ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଫେବୁୟାରୀ ୬ ଓ ୮ ତାରିଖରେ ଟୀକାକରଣ କରାଯିବ। ସେହିପରି ଜଗତସିଂହପୁର ପୁଲିସ ଷ୍ଟେସନରେ ଫେବୁଆରୀ ୬,୮,୯ ଓ ୧୦ ତାରିଖ ଓ ପାରାଦୀପ ପୋର୍ଟ ହସ୍ପିଟାଲରେ ୬,୮,୯,୧୦ ତାରିଖରେ ଟୀକାକରଣ କରାଯିବ । ଫେବୁୟାରୀ ୬ ତାରିଖରେ ପ୍ରତ୍ୟେକ ସେସନ ସାଇଟରେ ୧୦୦ ଲେଖାଏ ମୋଟ ୩୦୦ ଟୀକାକରଣ କରାଯିବ । ଏହି ଟୀକାକରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା:ବିଜୟା ପଣ୍ଡା ,ଏଡିଏମଓ ଡ଼ା: ପ୍ରମୋଦ କୁମାର ବାରିକ,ଡିପିଏମ ଚକ୍ରଧର ଜେନା, ଡେପୁଟି ମେନେଜର ସୁକାନ୍ତ କୁମାର ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଇ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment