ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଓ ଛାତ୍ର ବିକ୍ଷୋଭ ।

ଜଗତସିଂହପୁର,୨୮/୦୭(ପିପିଟି); ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ଯୁବକ ସଂଘ ଓ ଅଖିଳ ଭାରତୀୟ ଛାତ୍ର ସଂଘ ଜଗତସିଂହପୁର ଜିଲ୍ଲା ପରିଷଦର ସମ୍ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟିରେ ବିଫଳତା ଦ୍ଵାରା ଉତ୍ପନ ଉତ୍କଟ ବେକାରୀ ସମସ୍ୟା କୁ ଆଖି ଆଗରେ ରଖି ଶହୀଦ ଭଗତ୍ ସିଂହଙ୍କ ଜନ୍ମ ଦିବସକୁ ଯୁବ ରୋଜଗାର ଅଧିକାର ଦିବସ ରୁପେ ପାଳନ କରିଛନ୍ତି ଅଖିଳ ଭାରତୀୟ ଯୁବକ ସଂଘ ଓ ଅଖିଳ ଭାରତୀୟ ଛାତ୍ର ସଂଘ । କୃଷି ବିଲ୍ ୨୦୨୦ ତଥା ବିଦ୍ୟୁତ୍ ଆଇନ ୨୦୨୦ କୁ ଵାତିଲ୍ କରିବା ସହ ଭଗତ୍ ସିଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା, ବନ୍ଦ ପଡିଥିବା କଳକାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା, ଖାଲି ପଡିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା, ଶିକ୍ଷା ଶେଷ ପରେ କର୍ମ ନିଯୁକ୍ତି ନିଶ୍ଚିତ କରିବା ଇତ୍ୟାଦି ଦାବି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ସୁବାସ ମହାପାତ୍ର,ଉତ୍କଳ ମହିଳା ସିମିତି ରାଜ୍ୟ ସଂପାଦକ ଜିନ୍ମୟୀ ସାହାଣୀ, ରାଜ୍ୟ ଯୁବ ସଂଘ ନେତା ଅଜୟ ବେହେରା, ସିପିଆଇ ଜିଲ୍ଲା ସହ ସଂପାଦକ ବିଜୟ ଭୋଇ,ମାନସ ମୁଦୁଲି, ଏଆଇଓ୍ଵାଇଏଫ୍ ତିର୍ତ୍ତୋଲ ବ୍ଲକ ସଭାପତି ମନୋରଂଜନ ବିଶ୍ୱାଳ ଛାତ୍ର ଓ ଯୁବକମାନଙ୍କ ସହ ଏକତ୍ରିତ ହୋଇ ବିକ୍ଷୋଭ କରିବା ସହ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ ।ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହକ ରୋଜାଲିନ ଏହି ୯ ଦଫା ଦାବିର ଲିଖିତ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment