ଜଗତସିଂହପୁର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ।

ଜଗତସିଂହପୁର,୨୬/୦୩(ପିପିଟି); ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ଆହ୍ଵାନରେ ଆଜି ଦିନରେ ହୋଇଥିବା ସାଧାରଣ ଧର୍ମଘଟର ପ୍ରଭାବ ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଠାରେ ମଧ୍ୟ ପ୍ରତିଫଳିତ ହୋଇଛି ।ସିପିଆଇ,ଏଆଇଟିୟୁସି,ଏଆଇୟୁଟିୟୁସି,ଏଆଇକେଏସ୍,ଏଆଇଏସ୍ଏଫ୍ ଓ ଏଆଇଓ୍ଵାଇଏଫ୍ ସଂଗଠନ ତରଫରୁ ପ୍ରଚାର ଗାଡ଼ି ଯୋଗେ ମାଇକ ଦ୍ୱାରା ଆଜିର ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣ ତଥା ବ୍ୟବସାୟୀ ମାନଙ୍କୁ ଗତକାଲି ଅନୁରୋଧ କରାଯାଇଥିଲା । ଏହି ସାଧାରଣ ଧର୍ମଘଟକୁ ସଫଳ କରିବା ନିମନ୍ତେ ଶ୍ରମିକ ନେତା ପ୍ରଦୀପ୍ତ ରାମ, ଯୁବନେତା ସତ୍ୟ ରଞ୍ଜନ ମହାନ୍ତି,କୃଷକ ନେତା ନଟବର ନାୟକ , ନାରାୟଣ ଦାସ ପ୍ରମୁଖ ବିଜୁ ପଟ୍ଟନାୟକ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ । ମାତ୍ର କିଛି ଛୋଟ ପାନବିଡି ଦୋକାନକୁ ଛାଡି ପ୍ରାୟ ସମସ୍ତ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ,ବ୍ୟାଙ୍କ ବନ୍ଦ ରହିଥିଲା । ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ନିରାପତ୍ତା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଵା ବେଳେ କୌଣସି ଠାରେ ହିଂସାକାଣ୍ଡ ଘଟି ନ ଥିବା ଜଣାପଡିଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment