ଯାଜପୁର,୦୫/୦୨(ପିପିଟି):ଜେନାପୁର ମଝିରେ ଥିବା ଜଖପୁରା ରେଳ ଷ୍ଟେସନରେ ଯାତ୍ରୀବାହୀ ରେଳ ଗାଡି ୨୨୬୧୧ ନ୍ୟୁ ଜଲପାଇଗୁଡ଼ି ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନ ଚ୍ୟୁତ ହୋଇଛି।ଡାଉନ ଲାଇନରେ ତିନୋଟି ବଗି ଟ୍ରାକରୁ ବାହାରି ଯାଇଛି। ଏଠାରେ ରେଳ ଲାଇନ ମରାମତି କାର୍ଯ୍ୟ ଚାଲୁଥିଲା। ପରୀକ୍ଷା ମୂଳକ ଭାବେ ଉକ୍ତ ଟ୍ରେନ ଟି ପ୍ରଥମେ ଏହି ରାସ୍ତାରେ ଯାଉଥିଲା। ଚେନ୍ନାଇ ରୁ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ଯାଉଥିଲା। ନିର୍ଦେଶ ଅନୁଯାଇ ଷ୍ଟେସନରେ ରେଳ ଗାଡି ୧୦ କିଲୋମିଟର ବେଗରେ ଯାଉଥିଲା। ବେଗ ଧୀର ଥିବାରୁ କୌଣସି କ୍ଷୟ କ୍ଷତି ହୋଇଛି ନଥିବା ରେଳ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଲାଇନରୁ ବାହାରି ଯାଇଥିବା ତିନୋଟି ବାଗିକୁ ସେଠାରେ ଛାଡି ଅନ୍ୟ ବଗି ଗୁଡିକୁ ଜେନାପୁର ଷ୍ଟେସନ କୁ ନିଆଯାଇଛି। ସେଠାରୁ ସମସ୍ତ ଯାତ୍ରୀଙ୍କୁ ଖୁବ ଶୀଘ୍ର ଗନ୍ତବ୍ୟ ସ୍ଥଳକୁ ନିଆଯିବବୋଲି ବିଭାଗୀୟ ଅଧିକାରୀ ସୂଚିତ କରିଛନ୍ତି। ଭଦ୍ରକ ଓ ଯାଜପୁରରୁ ଟିମ୍ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଦୁର୍ଘଟଣା ଘଟିଥିବା ଲାଇନରେ ରେଳ ଚଳାଚଳ ବନ୍ଦ ରହିଛି। ବେଗ କମ ଥିବାରୁ ଏକ ବଡ଼ ଦୁର୍ଘଟଣା ବର୍ତ୍ତୀ ଯାଇଛି। ଖୁବ ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡିଛି।