ଛାତ୍ର ବୃତ୍ତିକୁ ନେଇ ରାଜନୀତି, ୪ କିମି ରାସ୍ତାକୁ ହେଲିକେପ୍ଟରରେ ଗଲେ ପାଣ୍ତିଆନ -କଂଗ୍ରେସ

ମାଲକାନଗିରି,୦୬/୦୩(ପିପିଟି) : ଗତ ୫ତାରିଖରେ ମାଲକାନଗିରି ସଦରମହକୁମା ସ୍ଥିତ ଖେଳପଡିଆ ଠାରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ତିଆନ କଲେଜ ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ବୃତ୍ତି ବଣ୍ଟନ କରିବା ପାଇଁ ଆସିଥିଲା ବେଳେ ଏହା ଏକ ଭୋଟ ରାଜନୀତି ବୋଲି ଆଜି ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ବର୍ଷି ଥିଲେ। ଗତ କାଲି ପାଣ୍ଡିଆନ ମାଲକାନଗିରିରେ ପହଞ୍ଚି ଛାତ୍ର ବୃତ୍ତି ବାଣ୍ଟିଥିଲେ। ତେବେ ମାଲାକନଗିରିକୁ ଏକ ଫ୍ଲାଇଟରେ ଆସି ନବନିର୍ମିତ ଜାହାଜ ଅବତରଣ ପଡ଼ିଆରେ ଓହ୍ଲେଇ ଥିଲେ । ସେଠାରୁ ମାତ୍ର ୪ କିଲୋମିଟର ରାସ୍ତା ଷ୍ଟାଡିୟମ , ଯେଉଁ ଠାରେ ପାଣ୍ଡିଆନ ସଭାର ଆୟୋଜନ କରିଥିଲେ। ସେ କୌଣସି ଗାଡ଼ିରେ ନ ଯାଇ ହେଲିକେପ୍ଟର ଯୋଗେ ଯିବା ଘଟଣାକୁ କଂଗ୍ରେସ ବିରୋଧ କରିଛି। ଆଜିର କାର୍ଯ୍ୟକ୍ରମରେ ବିଜେଡି ୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା କାହାର ଟଙ୍କା ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ଛାତ୍ର ବୃତ୍ତିକୁ ଆମେ ସ୍ବାଗତ କରୁଛୁ କିନ୍ତୁ ୨୫ ବର୍ଷ ନବୀନ ସରକାରଙ୍କ ଶାସନ କାଳ ମଧ୍ୟରେ କାହିଁକି ପ୍ରଦାନ କରାଗଲା ନାହିଁ। ଆଗକୁ ନିର୍ବାଚନ ହେତୁ ଏପରି ପନ୍ଥା ଅବଲମ୍ବନ କରି ଥିବା ସେ ଅଭିଯୋଗ କରିଥିଲେ।ପୂର୍ବ ନିର୍ବାଚନୀ ବର୍ଷଗୁଡିକରେ ବିଜେଡି ପିଠା ଯୋଜନା, ମୋ ବସ ଯୋଜନା ଭଳି କେତେ ଯୋଜନା କରିଥିଲା , ମାତ୍ର ଆଜି ସେସବୁ ଯୋଜନା ନିଷ୍କ୍ରିୟ । ଏବେ ପୁଣି ବିଭିନ୍ନ ଯୋଜନା କରି ଲୋକଙ୍କ ଭୋଟ ହାତେଇବାକୁ ବିଜେଡି ଚେଷ୍ଟା ଜାରି ରଖିଛି ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି। ଏଥର ମାଲକାନଗିରି ଜିଲ୍ଲାରେ ଦୁଇଟି ଯାକ ବିଧାୟକ ଆସନ କଂଗ୍ରେସ ଅକ୍ତିଆର କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜେଡିର ସୁପ୍ରିମୋ ଏଥର ପରାୟଜ ବରଣ କରୁଥିବା ସ୍ପଷ୍ଟ ହେବା ଯୋଗୁଁ ସେ ଭୟଭୀତ ହୋଇ ଏଭଳି ସଧାରଣ ଜନତାଙ୍କ ଟିକସ ଅର୍ଥକୁ ପାଣି ପରି ଅଯଥା ଖର୍ଚ୍ଚ କରି ଚାଲିଛନ୍ତି। ପାଣ୍ତିଆନ ଙ୍କ ସଭାସ୍ଥଳରେ ସ୍ଥାନୀୟ ବିଧାୟକ, ଏପରି କି କୌଣସି ଗଣମାଧ୍ୟମ ପ୍ରତିନିଧିମାନେଙ୍କୁ ପ୍ରବେଶ କରେଇ ଦିଆଗଲା ନାହିଁ। ଏଥି ପାଇଁ ସାମ୍ବାଦିକମାନେ କ୍ଷୁବ୍ଧ। ଏବଂ ଗଣ ମାଧ୍ୟମର କଣ୍ଠରୋଧ କରାଯାଇଛି। ଏହା କ’ଣ ଅଗଣତାନ୍ତ୍ରିକ ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ନିଜେ ପାଣ୍ଡିଆନ ଛାତ୍ର ବୃତ୍ତି ପ୍ରଦାନ କରି ପୁଣି ହେଲିକେପ୍ଟରରେ ଏୟାରପୋର୍ଟରେ ପହଞ୍ଚି ଫ୍ଲାଇଟରେ ଚାଲିଗଲେ।ଏଥିରେ ଖର୍ଚ୍ଚ ହୋଇଥିବା ଟଙ୍କା କ’ଣ ପାଣ୍ଡିଆନଙ୍କର ବୋଲି କଂଗ୍ରେସ ଅଭିଯୋଗ କରିଛି। ଆମରି ଟଙ୍କାରେ ପାଣ୍ଡିଆନ ଏତେ ମଜାମଜଲିସ କରୁଛନ୍ତି।ତାଙ୍କୁ ଏତେ ପ୍ରସୟ ଦେଲା କିଏ ବୋଲି କଂଗ୍ରେସ କହିଛି । ଓଡିଶାରେ ପାଣ୍ଡିଆନ ରାଜ ଚାଲିବ ନାହିଁ ବୋଲି କଂଗ୍ରେସ ପ୍ରକାଶ କରିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment