ଛାତ୍ର ବିଜେଡି ନଗର ସଭାପତିଙ୍କ ବିୟୋଗ ।

ରାୟଗଡା,୦୩/୦୩(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣିଙ୍କ ବିଶାଖାପାଟଣା ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ମୃତ୍ୟୁବରଣ କରିଛନ୍ତି। ସେ ଗତ ଫେବୃୟାରୀ ୨୮ ତାରିଖରେ ଗୁଣୁପୁର ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ବିୟୋଗରେ ଗୁଣୁପୁର ସହରରେ ଶୋକର ଛାଇ ଖେଳିଯାଇଛି। ଗୁଣୁପୁର ବେବର୍ତା ଢ଼େପସାହିରେ ବାସ କରୁଥିବା ବରିଷ୍ଠ ଆଇନଜୀବୀ ଶିବ ପାଣିଙ୍କ ପୁତ୍ର ସନାତନ ଯୁବ ଛାତ୍ର ମହଲରେ ବେଶି ଆଦୃତ ଥିଲେ। ତାଙ୍କର ପାର୍ଥିବ ଶରୀର ଆଜିସକାଳ ପହଞ୍ଚିବାପରେ ଯୁବନେତାଙ୍କ ଶେଷଦର୍ଶନ ନିମନ୍ତେ ପ୍ରବଳ ଭିଡ ଜମିଥିଲା। ବଂଶଧାରା ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯିବ ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment