ଛାତ୍ରୀଙ୍କ ପାଇଁ ଷଷ୍ଠ ପର୍ଯ୍ୟାୟ ଆତ୍ମରକ୍ଷା ତାଲିମ୍ ଶିବିର ।

ବେଲଗୁଣ୍ଠା,୦୯/୦୪(ପିପିଟି): ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଷଷ୍ଠ ପର୍ଯ୍ୟାୟ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ମହିଳା ଏବଂ ଶିଶୁ ବିକାଶ ଅଧିକାରିଣୀ ଗାୟତ୍ରୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଡ଼କ୍ଟର୍ ସଂଯୁକ୍ତା ପଣ୍ଡା ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା ପୂର୍ଣ୍ଣ ରୂପେ ଗ୍ରହଣ କରି ଏହାର ସଦୁପୋଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମାଷ୍ଟର୍ ଟ୍ରେନର୍ ରୀନା ଖଟେଇ ଏବଂ ଇତିଶ୍ରୀ ସ୍ଵାଇଁ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗୀତାଶ୍ରୀ ସାମନ୍ତ ସଂଯୋଜନା କରିବା ସହିତ ଧନ୍ୟାବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରନ୍ଥାଗାର ସହାୟିକା ସଙ୍ଗୀତା ବିନ୍ଧାଣିରା,ପଞ୍ଚାନନ ତ୍ରିପାଠୀ, ରୁବିନା ପରିଡ଼ା,ରତ୍ନା ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment