ଛତ୍ରପୁର ମହୋତ୍ସବର ଶେଷ ସନ୍ଧ୍ୟାରେ ମନ ଜିଣିଲେ ଅଙ୍କିତା, ପ୍ରଜ୍ଞା, ସଚିନ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ।

ଛତ୍ରପୁର,୦୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଆଜି ଶେଷ ହୋଇଛି । ଶେଷ ଦିନ ହୋଇଥିବା ହେତୁ ଆଜି ପ୍ରବଳ ଜନଗହଳି ପରିଲିକ୍ଷିତ ହୋଇଥିଲା ।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ଶିକ୍ଷାନବୀସ ସୁଶ୍ରୀ ସାରାନ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଂଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ଅତିଥି ମାନେ ପଲ୍ଲିଶ୍ରୀ ମେଳା ,ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା,ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳା ବୁଲି ଦେଖିବା ସହିତ ଉତ୍ପାଦକ,ବିକ୍ରୀକର୍ତ୍ତା, ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଛତ୍ରପୁର ମହୋତ୍ସବ ଓ ଗଞ୍ଜାମ ଜିଲ୍ଲାର ଅନୁଭୂତି ତାସହିତ ତାଙ୍କର ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଥିଲେ । ଛତ୍ରପୁର ମହୋତ୍ସବରେ ଭଲ ବ୍ୟବସାୟ ହେବା ସହ ଆଗାମୀଦିନରେ ମଧ୍ୟ ଏଠାକୁ ଆସିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଙ୍କିତା ଭଟ୍ଟାଚାର୍ଯ୍ୟ, ପ୍ରଜ୍ଞା ହୋତା, ସଚିନ ରାଉତଙ୍କ ସୁମଧୁର ସଂଗୀତ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ର ଦମଦାର ଡ୍ୟାନ୍ସ ସହିତ ଛତ୍ରପୁର ଶ୍ରୀ ନଟରାଜ ନୃତ୍ୟ ଏକାଡେମୀର ସେମି କ୍ଲାସିକାଲ୍, ବ୍ରହ୍ମପୁର ସଙ୍ଗୀତ ଆରାଧନା ଡ୍ୟାନ୍ସ ଆଣ୍ଡ୍ ମ୍ୟୁଜିକ୍ ଏକାଡେମୀର ସମ୍ବଲପୁରୀ, ବ୍ରହ୍ମପୁର ଉତ୍କଳିକା କଳା ନିକେତନର ସେମି କ୍ଲାସିକାଲ୍, ଛତ୍ରପୁର ସମୀର ନୃତ୍ୟ କେନ୍ଦ୍ରର କାଳୀ ନୃତ୍ୟ, ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ବାର ମାସ ତେର ଯାତ, କଳାହାଣ୍ଡି ମାଁ ସାନ ସ୍ମୃତି ଯୁବ ଅନୁଷ୍ଠାନର ବଜାଶାଲ, ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନର ମାହାରୀ, ବ୍ରହ୍ମପୁର ଶ୍ରୁତି ଡ୍ୟାନ୍ସ ଏକାଡେମୀର ସମ୍ବଲପୁରୀ ନୃତ୍ୟ, ଦିଗପହଣ୍ଡି ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ପଶୁ ମୁଖା ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଉଲ୍ଲେଖନୀୟ ସଫଳତା ପାଇଁ ଜୟା ଗୌଡ଼, କୁକୁଡ଼ା ପାଳନରେ ଵି. ରାଧିକା, ଛେଳି ପାଳନ ରେ ଅଳକା ସ୍ୱାଇଁ, ନାରୀ ଶକ୍ତି ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ( କୁକୁଡ଼ା ପାଳନ ), ଉନ୍ନତ ମାନର ମତ୍ସ୍ୟ ଯାଆଁଳା ଉତ୍ପାଦନ ପାଇଁ ଚିତ୍ତ ରଞ୍ଜନ ବେହେରା, ମତ୍ସ୍ୟ ପୋଖରୀ ଯୋଜନାରେ ଶାନ୍ତି ଲତା ସ୍ୱାଇଁ, ମାଛ ଚାଷ ପାଇଁ କାହ୍ନୁ ପାଢ଼ୀ, ଜୟ ଜଗନ୍ନାଥ ସ୍ୱୟ ସହାୟିକା ଗୋଷ୍ଠୀ, ମା ରମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟି ର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନଜର ଏମ ସମରେନ୍ଦ୍ର ସେନାପତି, ସମ୍ପାଦକ ପି. ରାଜୁ ରେଡ୍ଡୀ, ସଭ୍ୟ ଶ୍ରୀନିବାସ ଏବଂ ତାଙ୍କ ଟିମ, ଗ୍ରାସୀମ ଇଣ୍ଡଷ୍ଟ୍ରି, ଟାଟା ଷ୍ଟିଲ ସିଏସଆର, ଆଇଆର ଇଏଲ,ଆଦାନୀ ପୋର୍ଟ, ଇଭେଣ୍ଟ ମ୍ୟାନଜମେଣ୍ଟ ଟିମ ଜେନସର ନିହାର ଓ ସହଯୋଗୀ, ଛତ୍ରପୁର ଆଡିସନାଲ ସବକଲେକ୍ଟର ପାର୍ଥ ସାରଥୀ ହାଁସଦା, ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ଏନ. ରବି ପ୍ରଧାନ ଓ ସୁଚିତ୍ରା ବେହେରା, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଛତ୍ରପୁର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଗଞ୍ଜାମ ଜିଲ୍ଲା ପରିଷଦର ସୌମ୍ୟ ହୋତା,ସୋରେନ ପଲାଇଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ପାଞ୍ଚଦିନଧରି ଛତ୍ରପୁର ମହୋତ୍ସବକୁ ଶାନ୍ତି ଓ ଶୃଙ୍ଖଳା ସହିତ ଉପଭୋଗ କରିଥିବାରୁ ଅଞ୍ଚଳବାସୀଙ୍କୁ ତା ସହିତ ଜ଼ିଲ୍ଲାପ୍ରଶାସନ,ପୁଲିସ ପ୍ରଶାସନ,ସମସ୍ତ ବିଭାଗ,ଗଣମାଧ୍ୟମ, ବୁଦ୍ଧିଜୀବୀ ଓ ସମ୍ପୃକ୍ତ ସମସ୍ତଙ୍କୁ ମହୋତ୍ସବର ସମସ୍ତ ସହଯୋଗ ଓ ସଫଳତା ପାଇଁ ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକ ସାଧୁବାଦ ଜ୍ଞାପନ କରିଛନ୍ତି ।

Comments (0)
Add Comment