ଛତ୍ରପୁର ବିଇଓଙ୍କ ଅଧିନରେ କାର୍ଯ୍ୟରତ ୬ ଜଣ ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।

ଛତ୍ରପୁର,୦୫/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ଶିକ୍ଷକ ନିଯୁକ୍ତି ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଫରୱାର୍ଡ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇଛି । ଛତ୍ରପୁର ବିଇଓଙ୍କ ଅଧିନରେ କାର୍ଯ୍ୟରତ ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚିଠି ନମ୍ବର ୨୧୧୬, ତା-୩୦/୦୯/୨୦ ଅନୁଯାୟୀ ସମରଜିତ୍ ମହାନ୍ତିଙ୍କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟ ଚିଠିରୁ ଜଣାପଡିଛି ଯେ ଜେ.ସୁକାନ୍ତି ରେଡ୍ଡି କନିଷ୍ଠ ଶିକ୍ଷୟତ୍ରୀ,ସରକାରୀ ପ୍ରାଥମିକ ବିଦ୍ୟାଳୟ,ପି.ଲକ୍ଷ୍ମୀପୁର, ଚିଠି ନମ୍ବର ୪୧୫,ତା-୨୮/୦୧/୨୦ ରେ ଡିପିସି ଚାକିରୀରୂ ଛଟେଇ କରିଛନ୍ତି । ଦିଲ୍ଲୀ ସାହୁ, ସହକାରୀ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ,ଲୋକନାଥପୁର, ଚିଠି ନମ୍ବର ୧୫୭୩,ତା- ୧୮/୦୪/୨୦ ରେ ବିଇଓ ଚାକିରୀରୁ ବରଖାସ୍ତ କରିଛନ୍ତି । ସୁନିତା କର, ସହକାରୀ ଶିକ୍ଷୟତ୍ରୀ,ଜିୟୁପିଏସ,ଏସ.ଆର୍ଯ୍ୟପଲ୍ଲୀ, ଚିଠି ନମ୍ବର ୧୫୯୯,ତା- ୨୨/୦୪/୨୦ ରେ ବିଇଓ ଚାକିରୀରୁ ବରଖାସ୍ତ କରିଛନ୍ତି । ସୁରେନ୍ଦ୍ର କୁମାର ନାୟକ,ସହକାରୀ ଶିକ୍ଷକ, ଜିୟୁପିଏସ,ବରଗାଁ ଚିଠି ନମ୍ବର ୨୧୧୦,ତା- ୧୬/୦୭/୨୦ ରେ ଥାନାରେ ଏତଲା ଦିଆଯାଇଛି । ନରେନ୍ଦ୍ର କୁମାର ନାୟକ, ସହକାରୀ ଶିକ୍ଷକ,ଜିୟୁପିଏସ, ବଡମାଧପୁର, ଚିଠି ନମ୍ବର ୨୧୧୩,ତା- ୧୬/୦୭/୨୦ ରେ ବିଇଓ ଥାନାରେ ଏତଲା ଦେଇଛନ୍ତି । ସେହିପରି କେ.ଲକ୍ଷ୍ମୀ ରେଡ୍ଡି,ସହକାରୀ ଶିକ୍ଷୟତ୍ରୀ,ଜିୟୁପିଏସ, କାଳିଆବାଲି, ଚିଠି ନମ୍ବର ୨୧୧୬,ତା- ୧୬/୦୭/୨୦ ରେ ବିଇଓ ଥାନାରେ ଏତଲା ଦେଇଥିବା ନେଇ ସୂଚନା ମିଳିଛି । ଆହୁରି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ତଦନ୍ତ ପରିସର ଭୁକ୍ତ ଥିବା ଜଣାପଡିଛି । ଡିପିସି ଓ ଡିଇଓ କାର୍ଯ୍ୟାଳୟର କିଛି କର୍ମଚାରୀ ଜାଲ୍ ଶିକ୍ଷକ ମାନଙ୍କୁ ସୁରକ୍ଷା ଓ ବିଭାଗୀୟ ସୂଚନା ଦେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ।

Comments (0)
Add Comment