ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ ।

ଛତ୍ରପୁର,୦୧/୦୪(ପିପିଟି): ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ- ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ ଓଡିଶା ଗଠନ ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁନୀଲ କୁମାର କେର୍କଟା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥ ମାଗପ୍ରଭୁଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହିତ ବରପୁତ୍ରଙ୍କ ଫୋଟ ଚିତ୍ର ଫୁଲ ପ୍ରଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୭ ଟାରେ ଛତ୍ରପୁର ସହର ରେ ଥିବା ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଜିଲ୍ଲାପରିଷଦର ସିଡିଓ ସମୀର ପ୍ରଧାନ ପୁଷ୍ପମାଲ୍ୟାର୍ପଣ କରି ସମ୍ମାନ ଜଣାଇଥିଲେ।

Comments (0)
Add Comment