ଛତ୍ରପୁରଠାରେ ଓଡିଶା ମାନବାଧିକାର କମିଶନଙ୍କ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ।

ଛତ୍ରପୁର,୨୨/୦୫(ପିପିଟି): ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କ୍ଯାମ୍ପ କୋର୍ଟରେ କମିଶନଙ୍କ ସଦସ୍ଯ ଚିତ୍ତରଞ୍ଜନ ମହାପାତ୍ର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆବେଦନକାରୀମାନେ ମାନବାଧିକାର ଉଲଂଘନ ସମ୍ପର୍କିତ ନିଜନିଜର ଅଭିଯୋଗ ସଦସ୍ଯଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀ ମହାପାତ୍ର ମୋଟ ୨୯ଟି ମାମଲାର ଶୁଣାଣୀ କରିଥିଲେ । ସେ ୨୨ଟି ମାମଲାର ତତ୍କାଳ ସମାଧାନ କରିଥିବା ବେଳେ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ କରିଥିଲେ।

ଜନସାଧାରଣଙ୍କ ଦ୍ବାରଦେଶରେ ନ୍ଯାୟ ପ୍ରଦାନ ଏବଂ ମାନବାଧିକାର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା କ୍ଯାମ୍ପ କୋର୍ଟର ମୁଖ୍ଯ ଉଦ୍ଦେଶ୍ଯ ବୋଲି ସେ ପ୍ରକାଶ କରିଥିଲେ।

Comments (0)
Add Comment